www.samajalive.in
Monday, December 8, 2025
13.1 C
Bhubaneswar

ଜମ୍ମୁ-କାଶ୍ମୀରର ୩ ବିଜେପି ନେତାଙ୍କ ହତ୍ୟା ପଛରେ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଏବାର ହାତ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ୩ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ହାତ ରହିଥିବା ଆଜି ପୁଲିସ୍‌ ସ୍ପଷ୍ଟ କରିଛି। ଲସ୍କର ଓ ସ୍ଥାନୀୟ ଆତଙ୍କବାଦୀମାନେ ମିଳିତ ଭାବେ ୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ଆଇଜି ବିଜୟ କୁମାର କହିଛନ୍ତି। ଏଥି ସହିତ ପୁଲିସ ଆଜି ଆତଙ୍କବାଦୀମାନେ ହତ୍ୟା ପାଇଁ ବ୍ୟବହାର କରିଥିବା କାର୍‌ଟିକୁ ମଧ୍ୟ ଜବତ କରିଛି। ଏଥି ସହିତ ଭାରତୀୟ ସେନା ପକ୍ଷରୁ ବର୍ତ୍ତମାନ ଭାରତୀୟ ସୁରକ୍ଷା ବାହିନୀ ଏହି ଆତଙ୍କବାଦୀଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି। କୁହାଯାଉଛି ଯେ ଲସ୍କର-ଇ-ତୋଏବାର ୩ ଜଣ ଆତଙ୍କବାଦୀ ଏବେ ଭାରତୀୟ ସେନାର ଟାର୍ଗେଟରେ ଅଛନ୍ତି।

କୁଲଗାମରେ ୩ ଜଣ ବିଜେପି ନେତାଙ୍କ ଗୁଳି କରି ହତ୍ୟା ଘଟଣାକୁ ନେଇ ଜମ୍ମୁ କାଶ୍ମୀରର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ ବିଜେପି ନେତା ଘଟଣାସ୍ଥଳକୁ ଆସିବେ ବୋଲି ଆତଙ୍କବାଦୀଙ୍କୁ ପୂର୍ବରୁ ଜଣାଥିଲା। ପ୍ରଥମେ ବିଜେପି ନେତାଙ୍କ ଗାଡିକୁ ଅନୁସରଣ କରାଯାଇଥିଲା। ଏହାପରେ ଗାଡିକୁ ଅଟକାଇ ଗୁଳି କରାଯାଇଥିଲା। ଏହା ପାକିସ୍ତାନର ପ୍ରାୟୋଜିତ ଆତଙ୍କବାଦ। ସେପଟେ ଭାରତୀୟ ସୁରକ୍ଷାବାହିନୀ ଅନୁଯାୟୀ ଏହି ସମ୍ପୂର୍ଣ୍ଣ ଘଟଣାରେ ନିସାର ଅହମ୍ମଦ ଖଣ୍ଡେ, ଅବ୍ବାସ ଶେଖ ଏବଂ ଜଣେ ବିଦେଶୀ ଆତଙ୍କବାଦୀ ସାମିଲ ରହିଛନ୍ତି।  ଏଥି ସହିତ ଆତଙ୍କବାଦୀମାନେ ଜଣେ ଅଲତଫ ନାମକ ଜଣେ ସ୍ଥାନୀୟ ଲୋକର ଗାଡ଼ି ଧରି ଏଠାକୁ ଆସିଥିଲେ। ସେହି ଅଲ୍ଟୋ କାରଟିକୁ ମଧ୍ୟ ପୁଲିସ ଜବତ କରିଛି।

- Advertisement -

ଜମ୍ମୁ କାଶ୍ମୀରର ପୁଲିସ ଆଇଜି ବିଜୟ କୁମାର ଆହୁରୀ ମଧ୍ୟ କହିଛନ୍ତି ଯେ ପୂର୍ବରୁ ମଧ୍ୟ ପୁଲିସକୁ ସୂଚନା ମିଳିଥିଲା କି ବିଜେପି କର୍ମୀ ଓ ନେତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏହି କାରଣରୁ ଏଥିପାଇଁ ୧୫୭ ବିଜେପି କର୍ମୀଙ୍କ ସୁରକ୍ଷା ପାଇଁ ପିଏସଓ ଏବଂ ୩୦ ଜଣଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷାକର୍ମୀ ନିଯୁକ୍ତ ହୋଇଛନ୍ତି। ଏବେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଗୁରୁବାର ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର କୁଲଗାମ ଜିଲା କ୍ୱାଜିଗୁଣ୍ଡରେ ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ବିଜେପି କର୍ମୀଙ୍କୁ ହତ୍ୟା କରିଥିଲେ। ପ୍ରାଣ ହରାଇଥିବା ୩ ବିଜେପି କର୍ମୀ ହେଲେ-କୁଲଗାମ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ ଉମର ହାଜମ ଓ ହାରୋନ ବୈଗ। ଫିଦା ଓ ହୁସେନଙ୍କ ଘର ୱାଇ କେ ପୁରାରେ ହୋଇଥିବା ବେଳେ ହାରୋନଙ୍କ ଘର ସୋପାଟ ଅଞ୍ଚଳରେ ବୋଲି ଜଣାପଡ଼ିଛି।

 

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories