www.samajalive.in
Monday, December 8, 2025
27.1 C
Bhubaneswar

ଯୁବ ନେତାଙ୍କୁ ଲୁଟ୍ ଉଦ୍ୟମ ଫେଲ୍, ଜଣେ ଅଟକ

ବଲାଙ୍ଗିର : ବଲାଙ୍ଗିର ଜିଲାର ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ପୁଅ ଆକାଶ ମିଶ୍ର(ଇତୁ) ବୁଧବାର ରାତି ସାଢେ ୧୨ଟା ବେଳେ ବଲାଙ୍ଗିରରୁ ନିଜ ଗାଁ ସାଲେଭଟାକୁ କାରରେ ଜାତୀୟ ରାଜପଥ-୨୬ରେ ଫେରୁଥିଲେ। ଗାନ୍ଧୀନଗର ପଡ଼ା ମାଧିଆପାଲି ମଝିରେ ୪ଜଣ ଯୁବକ ରାସ୍ତା କଡରୁ ଆସି ଅଚାନକ ତାଙ୍କ କାର୍ ସାମ୍ନାକୁ ଚାଲି ଆସିଥିଲେ। ସେମାନେ ଗାଡିକୁ ପିଟାପିଟି କରିବା ସହ ଗାଳିଗୁଲଜ କରିଥିଲେ। ତାଙ୍କୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ତେବେ ସାମ୍ନାରୁ ଏକ ଗାଡି ଆସିବାରୁ ଚତୁରତାର ସହ ଶ୍ରୀ ମିଶ୍ର ଗାଡି ଆଗକୁ ବଢାଇ ନେଇ ନିକଟସ୍ଥ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ସେଠାରୁ ଦୁଇଜଣ କର୍ମଚାରୀଙ୍କୁ ଧରି ଘଟଣାସ୍ଥଳକୁ ଆସିଥିଲେ। ଠିକ୍ ସେହି ସମୟରେ ଟାଉନ୍ ଥାନା ପିସିଆର୍ ମଧ୍ୟ ଜାତୀୟ ରାଜପଥ-୨୬ ଦେଇ ଯାଉଥିଲା। ୨ଜଣ ଯୁବକ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ଆଉ ୨ଜଣ ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିଲେ। ସେମାନଙ୍କୁ ପଚାରିବାରୁ ଡାକ୍ତରଖାନା ଯାଉଛୁ ବୋଲି କହିଥିଲେ। କିନ୍ତୁ ଶ୍ରୀ ମିଶ୍ର ପୁଲିସକୁ କହିଥିଲେ ଯେ ଏହି ୨ଜଣ ଯୁବକ ମଧ୍ୟ ଗାଡି ଅଟକାଇ ଲୁଟ୍ ଉଦ୍ୟମ କରିଥିଲେ। ଏହାପରେ ୨ଜଣ ଯୁବକ ସେଠାରୁ ଦୌଡି ପଳାଇବାକୁ ଉଦ୍ୟମ କରୁଥିବା ବେଳେ କର୍ମଚାରୀ ଓ ପୁଲିସ ଜଣଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଶ୍ରୀ ମିଶ୍ର ଟାଉନ୍ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ଘଟଣା ସଂପର୍କରେ ଅଧିକ ତଥ୍ୟ ପାଇଁ ଯୋଗାଯୋଗ କରାଯାଇଥିଲେ ବି ପ୍ରତିକ୍ରିୟା ମିଳି ପାରି ନାହିଁ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories