www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ୱାମୀ ମୃତ୍ୟୁର ତିନି ବର୍ଷ ପରେ ବି ମିଳୁନି ବିଧବା ଭତ୍ତା, ୨ ଶିଶୁଙ୍କୁ ନେଇ ଦୁଃଖରେ ବିତୁଛି ଜାମଦେଇଙ୍କ ଦିନ

ଲାଞ୍ଜିଗଡ: ସ୍ବାମୀ ଆରପାରିକୁ ଯିବାର ୩ ବର୍ଷ ବିତିଗଲାଣି କିନ୍ତୁ ବିଧବା ଭତ୍ତା କିମ୍ବା ହରିଷଚନ୍ଦ୍ର ଯୋଜନାରେ ଅର୍ଥର ସହଯୋଗ ମିଳିପାରିଲାନି। ଆଖିର ଲୁହ, ପେଟର ଭୋକ, ହୃଦୟର ଅସହ୍ୟ ବେଦନା ଓ ଦାରିଦ୍ର୍ୟର କଷାଘାତରେ ୨ ଶିଶୁଙ୍କୁ ନେଇ ଚାଲିଛି ଜୀବନ ଯାତ୍ରା। ଆମେ କହୁଛୁ ଜାମଦେଇ ମାଝୀଙ୍କ କଥା। ଲାଞ୍ଜିଗଡ ବ୍ଲକ ତ୍ରିଲୋଚନପୁର ପଞ୍ଚାୟତର ଆମଠାପଦର ଗାଁର ସ୍ବର୍ଗତ ପୂର୍ଣ୍ଣ ମାଝୀଙ୍କ ବିଧବା ସ୍ତ୍ରୀ ଜାମଦେଇଙ୍କ କଥା। ୩୫ ବର୍ଷ ବୟସରେ ସ୍ବାମୀଙ୍କୁ ହରାଇ ପୁରା ଭାଙ୍ଗି ପଡିଥିଲେ ଜାମଦେଇ। ଏପଟେ ୨ଟି ଶିଶୁଙ୍କ କରୁଣ ମୁହଁ। ସେମାନଙ୍କ ମୁହଁରେ ଆହାର ଦେବାକୁ ଘରେ କିଛି ନାହିଁ। ଦିନ ମଜୁରିଆ ସ୍ବାମୀଙ୍କ ସଞ୍ଚିତ କିମ୍ବା ସ୍ଥାବର ଆସ୍ଥାବର ସମ୍ପତ୍ତି କିଛି ନଥିଲା। ଆହା ସାହା ହେବାକୁ ମଧ୍ୟ କେହି ନାହିଁ।

ମାଟିଝାଟି ଘରେ ୨ ଶିଶୁଙ୍କୁ ନେଇ ପଡି ରହିଲେ ଅସହାୟ ଜାମଦେଇ। କାମ କରିବା ପାଇଁ ଇଛା କରୁଥିବା ବେଳେ ଦୁଇ ଗୋଟି ଛୋଟ ଛୋଟ ଶିଶୁ,ବଡ଼ ଝିଅ ଚନ୍ଦ୍ରିକା ମାଝୀ ୬ ବର୍ଷ ହୋଇଥିବା ବେଳେ ସୁଶାନ୍ତ ମାଝୀକୁ ୪ ବର୍ଷ। ପର ପାଖରେ ଯାଇ କାମଦାମ କରିବା ପାଇଁ ଇଛା ଥିଲେ ମଧ୍ୟ ଗାଁରେ କୌଣସି ଲୋକ ଡାକୁ ନାହାନ୍ତି କି ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି କାମ ମିଳୁନଥିବା ଜାମଦେଇ ପ୍ରକାଶ କରିଛନ୍ତି। ସମୟ ସମୟରେ ଭୋକରେ ବି ରହିବାକୁ ହୁଏ। ବିଧବା ଭତ୍ତା ପାଇଁ ନିଜ ୨ ସନ୍ତାନକୁ ଛାଡି ପଞ୍ଚାୟତକୁ ଯାଉଛନ୍ତି କିନ୍ତୁ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି। ନିୟମଗିରି ପାହାଡର ପାଦଦେଶରେ ଥିବା ଦୁର୍ଗମ ଅଞ୍ଚଳ ନିଜ ଗାଁ ଆମଠାପଦର ଠାରୁ ବ୍ଳକ ମହକୁମା ୩୦ କିମି ଦୂରରେ ରହିଥିବା ବେଳେ ନିଜ ଦୁଇ ସନ୍ତାନକୁ ଛାଡି ବ୍ଲକ କର୍ତ୍ତୁପକ୍ଷଙ୍କ ଦ୍ବାରସ୍ଥ ହୋଇ ପାରୁନାହିଁ ମହିଳା। ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ ବିତୁଛି ଏହି ଅସହାୟ ମହିଳାଙ୍କ ଦିନ।ଜାମଦେଇଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories