www.samajalive.in
Monday, December 8, 2025
17.1 C
Bhubaneswar

ଗିରଫ ଭୟରେ ବନପାଳ ପାଚେରୀ ଡେଇଁ ଛୁ

ଆଠଗଡ଼:ଆଠଗଡ଼ ବନଖଣ୍ଡ ଅଧିନ ବଡମ୍ବା ବନାଞ୍ଚଳରେ ଏସଟିଏଫ ଦ୍ୱାରା ୨ଟି ହାତୀର ଗଳିତ ମୃତ ଦେହ ଓ କଙ୍କାଳ ମିଳିବା ଘଟଣାରେ ବଡମ୍ବା ବନାଞ୍ଚଳ ଅଧିକାରୀଙ୍କ ସମେତ ୨ଜଣ ବନପାଳ ଓ ୨ଜଣ ବନରକ୍ଷୀ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାରେ ଜାନିପଦର ବନରକ୍ଷୀ ନରେନ୍ଦ୍ର ଦେଉରୀ ଗିରଫ ହୋଇଥିବାବେଳେ ୩ଜଣ ହାତୀ ଜଗୁଆଳି ଓ ୨ଜଣ ଜମି ମାଲିକ ଗିିରଫ ହୋଇଛନ୍ତି। ତେବେ ନିଲମ୍ବିତ ହୋଇଥିବା ମାଣିଆବନ୍ଦ ବନପାଳ ମନୋଜ ଦାସ ଓ ଗୋପପୁର ବନପାଳ ପ୍ରଦୀପ ପରିଡ଼ାଙ୍କ ସମେତ ଅନ୍ୟଜଣେ ବନରକ୍ଷୀଙ୍କୁ ଶୁକ୍ରବାର ଘଟଣା ସଂପର୍କରେ ଜେରା ପାଇଁ ବନଖଣ୍ଡ କାର୍ଯ୍ୟାଳୟକୁ ଡକା ଯାଇଥିଲା। ତେବେ ଜେରା ପୂର୍ବରୁ ଗିରଫ ହେବା ଭୟରେ ଜାନିପଦର ବନପାଳ ମନୋଜ ଦାସ ବନଖଣ୍ଡ କାର୍ଯ୍ୟାଳୟର ପାଚେରୀ ଡେଇଁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଆଠଗଡ଼ ବନଖଣ୍ଡର କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ (ଏସିଏଫ) ହରେକୃଷ୍ଣ ମଲ୍ଲିକ ବନପାଳଙ୍କର ଚମ୍ପଟ ମାରିବା ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ହାତୀ ମୃତ୍ୟୁ ଘଟଣା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ତାଙ୍କୁ ପଚରା ଉଚରା କରିବା ଲାଗି ଡକାଯାଇଥିଲା ବୋଲି ପ୍ରକାଶ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories