www.samajalive.in
Saturday, December 6, 2025
26.1 C
Bhubaneswar

ସମାଜସେବୀଙ୍କ ଦ୍ୱାରା ଦୁର୍ଗମ ଅଞ୍ଚଳରେ ମାସ୍କ ଓ ସାବୁନ ବଣ୍ଟନ

ଲାଞ୍ଜିଗଡ଼: କରୋନାର ଦ୍ୱିତୀୟ ଲହରୀ ସମୟରେ ଲୋକେ ବ୍ୟାପକ ପରିମାଣରେ ଭୟରେ ଥିବାବେଳେ ଲୋକଙ୍କୁ ସଚେତନ କରିବାର ଅନେକ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାର ଓ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡର ବିଶିଷ୍ଟ ସମାଜସେବୀ ପବନ କୁମାର ଅଗ୍ରୱାଲ ମଧ୍ୟ ନିଜ ତରଫରୁ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନର ଦୁର୍ଦ୍ଦିନରେ ଗ୍ରାମାଞ୍ଚଳରେ କରୋନାର ପ୍ରଭାବ ବୃଦ୍ଧି ପାଉଥିବାରୁ ସେ ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ଲୋକଙ୍କୁ ସଚେତନ କରିବାକୁ ଯାଇ କଦମ୍ବଗୁଡା ଗ୍ରାମପଞ୍ଚାୟତର ଦୁର୍ଗମ ତାଡାବାଲା, ଖିକସାଭଟା, କାରକୋଲ ଓ କଦମ୍ବଗୁଡା ଗାଁର ଜନସାଧାରଣଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନ କରିବା ସହିତ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏ

ହାସହିତ ଦୁର୍ଦ୍ଦିନରେ ଚଳୁଥିବା ଖିକସାଭଟା ଗାଁର ନିରାଶ୍ରୟ ବାଳୀ ଗଉଡ, ଦିବ୍ୟାଙ୍ଗ ମଧୁ ଗଉଡଙ୍କୁ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଥିଲୋ। ଆଜି ଶ୍ରୀ ଅଗ୍ରୱାଲଙ୍କ ସହିତ ତାଙ୍କ ପୁଅ ଆକାଶ ଅଗ୍ରୱାଲ, ଲାଞ୍ଜିଗଡରୋଡ ସରପଞ୍ଚ ଟଙ୍କଧର ମାଝୀ, ସିକେରକୁପା ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ଗୁରୁ, କନଷ୍ଟେବଲ୍‍ ନରସିଂହ ନାଗ, ଯୁବ ସମାଜସେବୀ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, ସରୋଜ ପ୍ରଧାନ, ଅଜିତ ପ୍ରଧାନ ପ୍ରମୁଖ ସାମିଲ ହେବା ସହିତ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories