www.samajalive.in
Monday, December 8, 2025
27.1 C
Bhubaneswar

ଅବହେଳିତ ଲୋକ ବିଶ୍ୱାସ ଓ ପରମ୍ପରା: ପରିତ୍ୟକ୍ତ ଅବସ୍ଥାରେ ଗୋପାଳପୁର ବାବୁରା ଗୁଡ଼ି

ଲାଞ୍ଜିଗଡ଼: ଶହଶହ ବର୍ଷ ହେଲା ରାଜା ରାଜୁଡା ଅମଳରୁ ଗାଁ ଲୋକଙ୍କ ପରମ ଆରାଧ୍ୟ ଭାବେ ପୂଜା ପାଇ ଆସୁଛନ୍ତି ବାବୁରା ଦେବ। ଗାଁ ଲୋକଙ୍କ ଦୁଃଖ, ସୁଖ ଓ ରୋଗ-ବୈରାଗରେ ଲୋକେ ଖୋଜିବସନ୍ତି ବାବୁରା ଦେବଙ୍କୁ। ତାଙ୍କ ମନ୍ତୁରା ଚାଉଳ, ଚଳୁଏ ପାଣି ଅନେକ ରୋଗ ଦୂରେଇ ଦେବାର ବିଶ୍ୱାସ ରହିଛି। ବର୍ଷର ବାର ମାସରେ ତେର ପର୍ବ ସହିତ ଚୈତ୍ର ମାସରେ ଚୈତ୍ର ପର୍ବ ସହିତ ବାବୁରା ଦେବଙ୍କ କାଳେସୀ ଲାଗି ଗାଁ ସାରା ଘଣ୍ଟ ବୁଲି ଦର୍ଶନ ଦିଅନ୍ତି। ଗାଁ ଲୋକଙ୍କ ବିଭିନ୍ନ ଦୁଃଖ ବୁଝନ୍ତି ଆଉ ଆଶୀର୍ବାଦ ଦିଅନ୍ତି। ଏଭଳି ପ୍ରତ୍ୟକ୍ଷ ଦେବ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ପଂଚାୟତ ଅନ୍ତର୍ଗତ ଗୋପାଳପୁର ଗାଁର ଆରାଧ୍ୟ ବାବୁରା ଦେବ। ତେବେ ରାଜା ରାଜୁଡା ଅମଳରୁ ପୂଜା ପାଇ ଆସୁଥିବା ତଥା ଗାଁର ଧନୀ, ଗରିବ, ଚାଷୀ, ମୂଲିଆ ନିର୍ବିଶେଷରେ ଲୋକଙ୍କ ହୃଦୟରେ ସ୍ଥାନ ପାଇଥିବା ବାବୁରା ଦେବ କିନ୍ତୁ ଆଜି ଅବହେଳିତ ହୋଇ ପଡ଼ିଛନ୍ତି। ପରିତ୍ୟକ୍ତ ହୋଇ ପଡ଼ିଛି ତାଙ୍କ ପୂଜାସ୍ଥଳ। ଚୈତ୍ର ପର୍ବରେ କଣ୍ଟାର ଦୋଳିରେ ବସି ହଜାର ହଜାର ଲୋକଙ୍କୁ ଦର୍ଶନ ଦେଉଥିବା, ପଶୁ ଓ ମହାପଶୁ ବଳି ଲାଗି ହେଉଥିବା ତଥା ଗାଁ ଲୋକଙ୍କ ବିଶ୍ୱାସର ପ୍ରାଣକେନ୍ଦ୍ର ସାଜିଥିବା ବାବୁରା ଦେବଙ୍କ ଗୁଡ଼ି ଆଜି ଭାଙ୍ଗିରୁଜି ମାଟିରେ ମିଶିଯାଇଛି। ଗୁଡିଘର ନଥିବାରୁ ବାବୁରାଙ୍କ ପୂଜାପାଠ, ଯାନୀଯାତ୍ରା କିଛି ବି ହୋଇପାରୁନି।

ଏହାକୁ ନେଇ ଗାଁ ଲୋକେ ଦୁଃଖ ପ୍ରକାଶ କରିବା ସହିତ ଏବର ରାଜ୍ୟ ସରକାର ବିଭିନ୍ନ ଆଧ୍ୟାତ୍ମିକ ଓ ବିଶ୍ୱାସର ପ୍ରାଣକେନ୍ଦ୍ରକୁ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି, ଆଧ୍ୟାତ୍ମିକ ସ୍ଥଳୀ ଓ ଦେବୀ ପୀଠଗୁଡିକର ଉନ୍ନୟନ ପାଇଁ ପଦକ୍ଷେପ ନେଉଛନ୍ତି କିନ୍ତୁ ଗୋପାଳପୁର ସମେତ ଅଞ୍ଚଳର ୩୦ ଖଣ୍ଡ ଗାଁର ଲୋକଙ୍କ ଆରାଧ୍ୟ ବାବୁରା ଦେବଙ୍କୁ ଭୁଲିଯିବା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ ବୋଲି କହିଛନ୍ତି। ଏଣୁ ଅଞ୍ଚଳର ଲୋକପ୍ରଥା ଓ ପରମ୍ପରାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ତଥା ଲୋକବିଶ୍ୱାସର ପ୍ରାଣକେନ୍ଦ୍ର ଗୋପାଳପୁର ବାବୁରା ଗୁଡ଼ିର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବା ସହିତ ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବାକୁ ଦାବି ହେଉଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories