www.samajalive.in
Monday, December 8, 2025
14.1 C
Bhubaneswar

ଆରମ୍ଭ ହେଲା କୁମାରଗୁଡା ବୁଢ଼ାରଜା ମହୋତ୍ସବ

ଲାଞ୍ଜିଗଡ: ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କୁମାରଗୁଡାଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ବୁଢ଼ାରଜା ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବୁଢ଼ାରଜା ମହୋତ୍ସବ ସୋମବାରଠାରୁ ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ଏହି ବୁଡ଼ାରଜା ମହୋତ୍ସବ ଜାନୁଆରୀ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଲୋକଙ୍କ ମନୋରଞ୍ଜନ ପାଇଁ ରେକର୍ଡ ଡ୍ୟାନ୍ସ, ଅର୍କେଷ୍ଟ୍ରା, ଲୋକ ନୃତ୍ୟ ଏବଂ ଓଡ଼ିଶାର ସୁନାମଧନ୍ୟ ହାସ୍ୟ ଅଭିନେତା ପପୁ ପମପମ କାର୍ଯ୍ୟକ୍ରମରେ ଯୋଗଦେଉଥିବା ବେଳେ ପ୍ରଥମ ଦିନରେ ସମ୍ୱଲପୁରୀ ହାସ୍ୟ କଳାକାର ନିଲୁଙ୍କ ସମେତ ସମ୍ବଲପୁରୀ ଗାୟକ କୁଣ୍ଡଳ କେଚୁରା, ଆରତୀ କଳା ପ୍ରଦର୍ଶନ କରିଥିଲେ। ଅଞ୍ଚଳର କୋଣ ଅନୁକୋଣର କଳାକାରମାନେ ରେକର୍ଡ ଡ୍ୟାନ୍ସ କରି ଲୋକଙ୍କ ମନୋରଞ୍ଜନ କରିଥିଲେ।

ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ମୀନାବଜାର ଥିବାରୁ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ଦର୍ଶକମାନେ ହଜାର ହଜାର ସଂଖ୍ୟାରେ ଯୋଗଦେଇ ମହୋତ୍ସବର ମଜା ଉଠାଉଛନ୍ତି। ବୁଡ଼ା ରଜା ମହୋତ୍ସବର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗୋଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ପଦ୍ମିନୀ ମାଝୀ, ସମିତି ସଭ୍ୟା, ସାମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ସମାଜସେବୀ ଗୋବିନ୍ଦ ପ୍ରଧାନୀ, ଅମର ଲାଳସୀ, ଖଗେଶ୍ୱର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବୁଢ଼ାରଜା ସଂସ୍କୃତି ଅନୁଷ୍ଠାନର ହରିଶ ସାହୁ ଓ ସୁମନ୍ତ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ରାମଚନ୍ଦ୍ର ମାଝୀ, ଧନିଆ ନାଏକ ରାଜେଶ ନାଏକଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସାହାଯ୍ୟ ସହଯୋଗ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories