www.samajalive.in
Monday, December 8, 2025
24.1 C
Bhubaneswar

ଲାଞ୍ଜିଗଡ କୁଟିଙ୍ଗ ପଦରରେ ହାତୀ ଉପଦ୍ରବ ; ଭାଙ୍ଗିଲେ ଘର

ଲାଞ୍ଜିଗଡ଼ : ଗତ ବୁଧବାର ରାତିରେ ୧୪ ଟିକିଆ ଜଙ୍ଗଲୀ ହାତୀପଲ ଆସି ଲାଞ୍ଜିଗଡ ସ୍ଥିତ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା କୁଟିଙ୍ଗ ପଦର ଗାଁରେ ୩ ଜଣଙ୍କ ଘର ଭାଙ୍ଗିବା ପରେ ଥିବା ଧାନ, ଚାଉଳ,ମାଣ୍ଡିଆ, କାନ୍ଧୁଲ ଖାଇବା ସହ ଘରେ ଥିବା ଆବାସ ପତ୍ର ନଷ୍ଟ କରିଛନ୍ତି।  ଆଦିବାସୀଙ୍କ ୧୦ ଏକର ଧାନ ଓ ପନିପରିବା ବଗିଚା ନଷ୍ଟ କରି ଦେଇଛନ୍ତି।
ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଛତ୍ରପୁର ପଞ୍ଚାୟତର କୁଟିଙ୍ଗ ପଦର ଗ୍ରାମରେ ଜଙ୍ଗଲୀ ହାତୀ ଉପଦ୍ରଵ ଦେଖିବାକୁ ମିଳିଛି। ଗତ ବୁଧବାର ରାତିରେ ୧୪ ଟିକିଆ ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ପ୍ରଥମେ କୁଟିଙ୍ଗ ପଦର ଗ୍ରାମର ପାତ୍ର ମାଝୀ,ରବୀମାଝୀ ଓ ବାମନି ମାଝୀଙ୍କ ୩ ଟି ଘର ଭାଙ୍ଗି ଘରେ ଥିବା ଧାନ, ମକା, କାନ୍ଦୁଲ, ଚାଉଳ ଖାଇବା ସହିତ ଆବାସ ପତ୍ର ମଧ୍ୟ ନଷ୍ଟ କରିଛନ୍ତି।
ଏହାପରେ ହାତୀପଲ କୁଟିଙ୍ଗ ପଦର ଗାଁର ଆଦିବାସୀଙ୍କୁ ଲାଞ୍ଜିଗଡ ଓ,ପିଇ,ଏଲ, ଆଇ,ପି ଏଗ୍ରିକେଲଚର ପ୍ରଡକ୍ସନ ପକ୍ଷରୁ ୨୫ ଜଣ ଆଦିବାସୀଙ୍କୁ ୨୫ ଏକର ବିଭିନ୍ନ ଚାଷ ପାଇଁ ସହାୟତା ଯୋଗାଇ ଦିଆଯାଇଥିବା ପ୍ରାୟ ୧୦ ଏକର ଧାନ, ଝୁଡୁଙ୍ଗ, ବାଇଗଣ ଅନ୍ୟ ଚାଷକୁ ହାତୀପଲ ନଷ୍ଟ କରିଛନ୍ତି।
ଖବର ପାଇ ଓ,ପିଇ,ଲି,ପି ପକ୍ଷରୁ କୃଷି ଅଧିକାରୀ ପରମାନନ୍ଦ ରଣା ଘଟଣାର ତଦନ୍ତ କରିଛନ୍ତି। ଏଣୁ କ୍ଷତିଗ୍ରସ୍ତ ଚାଷୀମାନେ ପୁଣି ସହାୟତା ଯୋଗାଇଦେବାକୁ ସହଯୋଗୀ ଅନୁଷ୍ଠାନ ‘ଜନ ସାହାଯ୍ୟ’ କୁ ଅନୁରୋଧ କରିଛନ୍ତି। ଆଜି ସକାଳ ସମୟରେ ହାତୀ ଉପଦ୍ରଵ ଖବର ପାଇ ଲାଞ୍ଜିଗଡ ବନ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ଏହି ହାତୀପଲ ଗତ ୧୬ ତାରିଖ ମଙ୍ଗଳବାର ରାତିରେ ଲାଞ୍ଜିଗଡ ପଞ୍ଚାୟତ ଭଟାଜରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ୨୦ ଫୁଟ ପାଚେରୀ ଭାଙ୍ଗିବା ସହ ୨ ଗୋଟି ସ୍କୁଲର ଶୈଚାଳୟ ଭାଙ୍ଗିବା ପରେ ଗାଁରେ ଥିବା କପଡା ମାଝୀର ଆଜବେଷ୍ଟ ଘର ଭାଙ୍ଗି ଦେଇଥିଲେ।ଭୟରେ ଗାଁ ଲୋକେ ବାଜାବାଜଣା ଧରି ହାତୀ ଘଉଡ଼ାଇ ଥିବା ବେଳେ ବନ ବିଭାଗ ପକ୍ଷରୁ କେହି ଭଟାଜରୀ ଗାଁକୁ ଯାଇନଥିବା ଲୋକେ ପ୍ରକାଶ କରିଛନ୍ତି। ଏବେ ବର୍ତ୍ତମାନ ମଧ୍ୟ ଏହି ହାତୀପଲ କୁଟିଙ୍ଗ ପଦର ଗାଁ ନିକଟସ୍ଥ ଜଙ୍ଗଲରେ ରହିଥିବା ବେଳେ ଗାଁ ଲୋକେ ଭୟଭୀତ ହୋଇ ରହିଛନ୍ତି। ଏଣୁ ଏହି ଆଦିବାସୀ ପରିବାର ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories