www.samajalive.in
Monday, December 8, 2025
14.1 C
Bhubaneswar

ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଲାଞ୍ଜିଗଡ: ଲାଞ୍ଜିଗଡ଼ ବ୍ଲକ ଅର୍ନ୍ତଗତ ଭଟ୍ଟାଙ୍ଗପଦର ସ୍ଥିତ ଏକ ଡ୍ୟାମରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ପରିସରକୁ ଆସିଛି । ସୂଚନା ଅନୁସାରେ ହାତୀଗାଁର ହରି ମାଝୀ (୩୦) ନାମକ ଜଣେ ଯୁବକ ତାଙ୍କ ଶ୍ବଶୁର ଘର ରବିବାର ଦିନ କୋଲଗାଁକୁ ଯାଇଥିଲା । ରବିବାର ଦିନ ସନ୍ଧ୍ୟାରୁ ହିଁ ହରି ମାଝୀ ଘରୁ ବାହାରକୁ ଯାଇ ଫେରି ନଥିଲା । ତାଙ୍କ ସ୍ତ୍ରୀ ଓ ଶ୍ବଶୁର ଘର ଲୋକେ ଗତକାଲି ଦିନ ତମାମ ଖୋଜାଖୋଜି ପରେ ମଧ୍ୟ ପତ୍ତା ମିଳିନଥିଲା । ଆଜି ସକାଳୁ ସେହି ଗାଁର ଲୋକେ ଡ୍ୟାମକୁ ଶୈାଚ ପାଇଁ ଆସିଥିଲେ ଡ୍ୟାମ ମଝିରେ ଏକ ମୃତଦେହ ଭାସୁଥିବାର ଦେଖି ଭଟ୍ଟାଙ୍ଗପଦର ପଞ୍ଚାୟତର ସମିତିସଭ୍ୟ ରୂପେନ୍ଦ୍ର ଛର୍ତିଆଙ୍କୁ ଖବର ଦେଇଥିଲେ ପରେ ସଦରଥାନାକୁ ଖବର ଦେବା ପରେ ପୁଲିସ ଆସି ଶବ ଉଦ୍ଧାର କରିଥିଲେ । ପରେ ମୃତଦେହଟି ହରି ମାଝୀଙ୍କ ମୃତଦେହ ବୋଲି ଜଣାପଡିଥିଲା । ହେଲେ ହରି ମାଝୀଙ୍କ ମୃତ୍ୟୁ କେଉଁ କାରଣରୁ ହୋିଛି ତାହା ଜଣାପଡ଼ିନାହିଁ । ହରିଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏ ଯାଏଁ ଷ୍ପଷ୍ଟ ହୋଇନାହିଁ । ସଦରଥାନା ପୁଲିସ ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନେଇ ପୁଲିସ ତଦନ୍ତ ଚଳାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories