www.samajalive.in
Friday, December 12, 2025
26.1 C
Bhubaneswar

ଲଇଡା କଳେଜ ଛାତ୍ରଛାତ୍ରୀ ସଫେଇ କଲେ ପୋଖରୀ

ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡା ଠାରେ ଥିବା ଦୁତିକା ସାହୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ୟୁନିସେଫର ଆହ୍ୱାନ କ୍ରମେ ଆଜି ୟୁଥ୍ ଫର୍ ଓାଟର୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ବିଶ୍ୱନାଥ ପଟେଲଙ୍କ ତତ୍ତ୍ୱାବଧାନରେ କଳେଜର ଛାତ୍ରଛାତ୍ରୀମାନେ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ। ଏହାପରେ ସେମାନେ ଲଇଡାର ଚାରତୁଲା ବନ୍ଧ ପୋଖରୀରେ ପହଞ୍ଚିଥିଲେ। ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହିତ ମିଳିତ ସହଯୋଗରେ ଛାତ୍ରଛାତ୍ରୀମାନେ ପୋଖରୀରେ ଆଚ୍ଛାଦିତ ହୋଇ ରହିଥିବା ଦଳ ଏବଂ ଅନ୍ୟାନ୍ୟ ଆବର୍ଜନା ସଫା କରିଥିଲେ। ଜାତୀୟ ସେବା ଯୋଜନା ପୂର୍ବାଞ୍ଚଳ ଜୋନର ସଂଯୋଜକ ସରିତା ପଟେଲ, ଜିଲା ସଂଯୋଜକ ବିଶ୍ୱମୋହନ ଜେନା, ଲଇଡା ସରପଞ୍ଚ ଜ୍ୟୋସ୍ନାମୟୀ ସା, ସମିତି ସଭ୍ୟା ସଞ୍ଜିବନୀ ବେହେରା, ୱାସେ ସଙ୍ଗଠନ ର ଉପଦେଷ୍ଟା ସୁଦେଷ୍ଣା ନାଏକ, ସାଇଶରଣ ପଟେଲ, ଲଇଡା କଳେଜ ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ, ଅଧ୍ୟାପକ ସିରାଜୁଲ୍ ହକ୍, ଜୟନାରାୟଣ ଶତପଥୀ, ଅଳେଖ ଦ୍ୱିବେଦୀ, ସୁଜିତ ନାଏକ, ବିଜୟ ସାହୁ ଏବଂ ଲଇଡା ଭୂୟାଁପଡା ର ସ୍ୱେଚ୍ଛାସେବୀ ମାନେ ଏହି ଅଭିଯାନରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories