ଡେସ୍କ: କୋରାପୁଟ କୁନ୍ଦୁଲି ହାଟପଦାରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଖବର ମିଳିଛି। ପ୍ରଥମେ କୌଣସି କାରଣକୁ ନେଇ ଗଣ୍ଡଗୋଳ ଆରମ୍ଭ ହେବା ପରେ ସେହି ଗ୍ରାମର ଗୋଟିଏ ପରିବାରର ବାପପୁଅଙ୍କ ଠେଙ୍ଗା ମାଡ଼ରେ ଟେମା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ପରେ ଯୁବକଙ୍କ ମୃତ୍ୟୁ ନେଇ ଦୁଇ ପରିବାର ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିଲା। ତେବେ ପ୍ରତିଶୋଧ ନେବାକୁ ଯାଇ ମୃତ ଯୁବକଙ୍କ ପରିବାର ହତ୍ୟାରେ ସମ୍ପୃକ୍ତ ଥିବା ବାପପୁଅ ମଧ୍ୟରୁ ପୁଅକୁ ହତ୍ୟା କରିଥିବା ଜଣାପଡିଛି। ଖବର ପାଇବା ପରେ ଘଟଣାସ୍ଥଳରେ ପଟ୍ଟାଙ୍ଗି ପୁଲିସ ପହଂଚିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।
Popular Categories



