www.samajalive.in
Saturday, December 6, 2025
26.1 C
Bhubaneswar

କୋଣାର୍କର ସୁରକ୍ଷା ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ଆସନ୍ତାକାଲି

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର ସୁରକ୍ଷା ସମେତ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ନେଇ ଶୁକ୍ରବାର ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମାଙ୍କ ସହ ଆଲୋଚନା କରିବେ। ଏ ନେଇ ଶୁକ୍ରବାର ପୂର୍ବାହ୍ନରେ ସେ ନୂଆଦିଲ୍ଲୀ ଗସ୍ତ କରୁଛନ୍ତି। odia
କୋଣାର୍କ ମନ୍ଦିରର କୀର୍ତ୍ତିରାଜି ଓ ସ୍ଥାପତ୍ୟର ସୁରକ୍ଷା, ମନ୍ଦିର ପରିସରରେ ପାଣି ଜମି ରହିବା ଆଦି ପ୍ରସଙ୍ଗରେ ସେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶର୍ମାଙ୍କ ସହ ଆଲୋଚନା କରିବେ। ଏହାବ୍ୟତୀତ ପାଇକ ସେଣ୍ଟର, ପାଇକ ଏକାଡେମୀ ଓ କଲଚରାଲ କମ୍ପେ୍ଲକ୍ସ ପ୍ରତିଷ୍ଠା କ୍ଷେତ୍ରରେ କେନ୍ଦ୍ର ଟାଳଟୁଳ ନୀତି ଗ୍ରହଣ କରୁଥିବା ପ୍ରସଙ୍ଗ ଉଠାଇବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି। ଖୋର୍ଦ୍ଧାରେ ପାଇକ ସେଣ୍ଟର, ପାଇକ ଏକାଡେମୀ ଓ କଲଚରାଲ କମ୍ପେ୍ଲକ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ବର୍ଷେ ହେଲା ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିଥିବା ବେଳେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପଦକ୍ଷେପ ନେଇନାହାନ୍ତି। ବର୍ଷେ ହେଲା ଏହା କେନ୍ଦ୍ର ନିକଟରେ ପଡ଼ିରହିଛି। ଏହାବ୍ୟତୀତ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ଡାକ ଟିକଟ ପ୍ରଚଳନ ନେଇ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ ଡାକ ବିଭାଗ ନିକଟରେ ୮ଲକ୍ଷ ଟଙ୍କା ଜମା କରିଛି। ବିଗତ ୮ ମାସ ବିତି ଯାଇଥିଲେ ବି ଡାକ ଟିକଟ ପ୍ରଚଳନ ନେଇ କୌଣସି ନିଷ୍ପତ୍ତି ନିଆଯାଉନାହିଁ।
ସେହିପରି ନୃସିଂହନାଥ,ହରିଶଙ୍କର ଓ ରାଣୀପୁର ଝରିଆଲର ବିକାଶ ନେଇ କେନ୍ଦ୍ରକୁ ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ପଠାଯାଇଛି। କେନ୍ଦ୍ର ସରକାର ଏହା ଉପରେ ନିରବ ଥିବାରୁ ଏସବୁ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories