www.samajalive.in
Monday, December 8, 2025
24.1 C
Bhubaneswar

କ୍ଷମତାକୁ ଆସିଲେ ପୁଲିସର ପୋଷାକ ଉତାରି ଦେବୁ : ପଶ୍ଚିମବଙ୍ଗ ବିଜେପି ସଭାପତି

କଲକାତା/ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ପୁଲିସ ବିଜେପି କର୍ମୀଙ୍କ ନାଁରେ ମିଛ ମାମଲା ରୁଜୁ କରି ହଇରାଣ ହରକତ କରୁଛି। ସମୟ ନିଶ୍ଚୟ ଆସିବ; ଆମେ କ୍ଷମତାକୁ ଆସିବୁ। ସେମାନଙ୍କ ଖାକିର କିଛି ମୂଲ୍ୟ ନାହିଁ। ଆମେ କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗ ପୁଲିସର ପୋଷାକ ଉତାରି ଦେବୁ- ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ। ବୀରଭୂମ୍‌ ଜିଲାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଦିଲୀପ କହିଛନ୍ତି ଯେ ପୁଲିସ ଯାହା କରୁଛି, ସେ ସବୁର ରେକର୍ଡ ଆମେ ରଖୁଛୁ। ବିଜେପି କର୍ମୀଙ୍କ ବିରୋଧରେ ଯେଉଁ ପୁଲିସ ଅଧିକାରୀମାନେ ମିଛ ମାମଲା ରୁଜୁ କରୁଛନ୍ତି ସେମାନଙ୍କୁ ଆମେ ଚିହ୍ନଟ କରିରଖୁଛୁ। ସେତେବେଳେ ସେମାନେ ନିଜ ପକେଟରୁ ଆମ ପାଇଁ ଖର୍ଚ୍ଚ କରିବେ।
ଅନ୍ୟ ଏକ କାର୍ୟ୍ୟକ୍ରମ​‌େ​‌ର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ କିଶୋର ସିଂହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଉତ୍ତକୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌-ଉନ୍‌ଙ୍କ ସହିତ ମମତାଙ୍କୁ ତୁଳନା କରି ଗିରିରାଜ କହିଛନ୍ତି ଯେ ଦେଶରେ ଗୋଟିଏ ମାତ୍ର ରାଜ୍ୟ ହେଉଛି ପଶ୍ଚିମବଙ୍ଗ; ଯେଉଁଠି ଗରତନ୍ତ୍ରର ସ୍ଥାନ ନାହିଁ। ମୁଖ୍ୟମନ୍ତ୍ରୀ ମମତା ସମ୍ପୂର୍ଣ୍ଣ ଏକଚ୍ଛତ୍ରାଦୀ; ତାଙ୍କ କାର୍ୟ୍ୟକଳାପ ଉନ୍‌ଙ୍କ ଭଳି। ତାଙ୍କ ବିରୋଧରେ ଯିଏ ପାଟି ଖୋଲେ ତାକୁ ସେ ହତ୍ୟା କରିବାକୁ ପଛାନ୍ତି ନାହିଁ। ପଶ୍ଚିମବଙ୍ଗରେ ବିଜେପି ପକ୍ଷରୁ ପ୍ରସ୍ତାବିତ ‘ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା’କୁ ବିରୋଧ କରିବା ଏହାର ପରିଚୟ ବୋଲି ଗିରିରାଜ କହିଛନ୍ତି।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories