www.samajalive.in
Monday, December 8, 2025
20.1 C
Bhubaneswar

କୂଳ ଲଂଘୁଛି ମହାନଦୀ,ବିପଦରେ କୋଡାଶିଙ୍ଗା ବାସୀଙ୍କ ଜୀବନ ଜୀବିକା

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ପଞ୍ଚାୟତ ଅର୍ନ୍ତଗତ ମହାନଦୀ ତଟରେ ରହିଛି କୋଡାଶିଙ୍ଗା ଗାଁ। ମହାନଦୀ ଗାଁ ଲୋକଙ୍କ ପାଇଁ ଜୀବନ ଜୀବିକା ପାଲଟିଛି। କାହିଁ କେଉଁ କାଳରୁ ମହାନଦୀ କୂଳରେ ଏମାନେ ବସତି ସ୍ଥାପନ କରି ଦିନକାଟୁଛନ୍ତି।୧୯୮୨ର ପ୍ରଳୟଙ୍କାରୀ ବନ୍ୟା ବିଭିଷିକା ପରେ ମଧ୍ୟ ଏମାନେ ଭିଟାମାଟି ଛାଡିବାକୁ ମନ ବଳାଇ ନାହାଁନ୍ତି। ପ୍ରତିବର୍ଷ ମହାନଦୀ ବନ୍ୟାରେ ଗାଁ ଲୋକେ ପ୍ରଭାବିତ ହେଉଥିଲେ ମଧ୍ୟ ମାଛଧରା ଜୀବିକା ପାଇଁ ଗାଁ ଲୋକଙ୍କ ଜୀବନ ଏଠାରେ ପୁରୁଷ ପୁରୁଷ ଧରି ବନ୍ଧାପଡ଼ିଛି। ସରକାରଙ୍କ ବଡ ବଡ ଲୋଭନୀୟ ସହାୟତା ପ୍ରତିଶ୍ରୁତି ସତ୍ୱେ ଏଠାରୁ ଲୋକେ ଛାଡିଯିବାକୁ ମନ ବଳାଉ ନାହାଁନ୍ତି। ଦିନକୁ ଦିନ ଗାଁରେ ପରିବାର ସଂଖ୍ୟା ସହ ଘରଦ୍ୱାରା ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶ ଯେ ପଞ୍ଚାୟତର ୧୩ନଂ ଓାର୍ଡ ଅର୍ନ୍ତଗତ କୋଡାଶିଙ୍ଗା ଗାଁରେ ୭୨ଟି ପରିବାରର ୪୫୦ ଲୋକ ବସବାସ କରୁଛନ୍ତି। ସେଥିୁରୁ ୯୯ପ୍ରତିଶ୍ରତ ପରିବାର ଧିବର ସଂମ୍ପ୍ରଦାୟର। ମହାନଦୀରୁ ପ୍ରତିଦିନ ମାଛମାରି ଏମାନେ ଗୁଜୁରାଣ ମେଣ୍ଟାନ୍ତି। ପ୍ରତିବର୍ଷ ମହାନଦୀ ବନ୍ୟାରେ କୂଳ ଧୋଇ ହୋଇ ନଦୀ ଗାଁ ମୁହାଁହେଲାଣିି। ବନ୍ୟା ପଭାବରେ ପାଖାପାଖି ୫ଶହ ମିଟରରୁ ଅଧିକ କୂଳ ଖାଇ ଗାଁ ଆଡକୁ ମାଡି ଆସିଲାଣି। ଫଳରେ ଏମାନଙ୍କ ଜୀବନ ଜୀବିକା ସାରୁପତ୍ରରେ ଏକପ୍ରକାର ବନ୍ଧାପଡ଼ିଛି। ବର୍ଷାଦିନେ ମହାନଦୀର ଉଛୁଳା ବନ୍ୟାପାଣିରେ ଏମାନେ ଜଳବନ୍ଦୀ ଜୀବନ କାଟନ୍ତି। ପଞ୍ଚାୟତର ପ୍ରଥମ ବନ୍ୟାପ୍ରଭାବିତ ଗାଁ ଭାବେ ଏଠାକୁ ବର୍ଷାଦିନେ ନେତାଠାରୁ ବଡ ବଡ ପ୍ରଶାସନିକ ଅଧିକାରୀଙ୍କ ପାଦପଡ଼ିଥାଏ। ସେତେବେଳେ ଗାଁର ସୁରକ୍ଷା ପାଇଁ ଆଡିବନ୍ଧ ଠାରୁ ଜଳବନ୍ଦୀ ରାସ୍ତାର ଉନ୍ନତିକରଣ ପାଇଁ ପୁଳା ପୁଳା ପ୍ରତିଶ୍ରୁତି ମିଳେ। ପ୍ରତିଶ୍ରୁତି ପାଳନ ପରବର୍ତୀ ସମୟରେ ନାଲିଫିତା ତଳେ ସବୁ ଅଟକିଯାଇଥାଏ।ଯାହାଫଳରେ ମହାନଦୀ ଗର୍ଭରେ ଆଗକୁ କୋଡାଶିଙ୍ଗା ବିଲୀନ ହେବା ଆଶଙ୍କାକୁ କୌଣସି ମତେ ଏଡାଇଦିଆଯାଇନପାରେ। ଗତବର୍ଷ ବନ୍ୟାପରେ ସେପ୍ଟେମ୍ବରେ ୮ ତାରିଖରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ, ବନ୍ୟାଚଂଳ ପରିଦର୍ଶନ ପାଇଁ କୋଡାଶିଙ୍ଗା ପଂହଚିଥିଲେ। ଗାଁ ଲୋକଙ୍କ ଦାବୀମୁତାବକ ଆଡିବନ୍ଧ ନିର୍ମାଣ ଏବଂ ଉଚ୍ଚତା ସମ୍ପନ୍ନ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ପ୍ରତିଶ୍ରୁତି ପୂରଣ ହେବା ପରିବର୍ତେ ତାହା ପ୍ରତିଶ୍ରୁତିରେ ହିଁ ଅଟକିଯାଇଥିବା ଗ୍ରାମର ଓାର୍ଡସଭ୍ୟ କୃପାସିନ୍ଧୁ ବେହେରା କହିଛନ୍ତି। ଗାଁର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତିରେ ଆଡିବନ୍ଧ ନିର୍ମାଣ ପାଇଁ ଗାଁ ଲୋକେ ଦାବୀକରିଛନ୍ତି।ତୁରନ୍ତ ଏ ଦିଗରେ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।
ଗାଁ ଲୋକଙ୍କ ମୁହଁରୁ…

- Advertisement -

ପ୍ରହ୍ଲାଦ ବେହେରା :  ବାପା ଜେଜେବାପା ଅମଳରୁ ଏଠାରେ ଆମେ ଜୀବନ କାଟୁଛୁ। ପ୍ରତିବର୍ଷ ମହାନଦୀ ବନ୍ୟାରେ ପ୍ରଭାବିତ ହେଉଛୁ। ଦିନକୁ ଦିନ ନଦୀ ଶଯ୍ୟା ପୋତିହେବା ଫଳରେ ସାମାନ୍ୟ ବନ୍ୟାରେ ଆମେ ଜଳବନ୍ଦୀ ଜୀବନ କାଟୁଛୁ।ଏହାପରେ ଆମର ସୁରକ୍ଷା ପାଇଁ ଆଡିବନ୍ଧ ନିର୍ମାଣ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।

 

ବେର୍ଲ୍ଲାସନ ବାରିକ :

ନଦୀ ଆମର ଜୀବନ ଜୀବିକା ହୋଇରହିଛି। ମାଛମାରି ସମସ୍ତେ ଜୀବିକା ନିର୍ବାହ କରୁଛୁ। ଦିନକୁ ଦିନ ନଦୀ କୂଳଖାଈ ଖାଈ ଗାଁ ମୁହାଁ ହେଲାଣି।ପାଖାପାଖି ୫ଶହ ମିଟର କୂଳ ଖାଈ ଗଲାଣି। ପ୍ରତିବର୍ଷ ନେତା ଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ଆସି ପ୍ରତିଶ୍ରୁତି ଦେଉଛନ୍ତି।ତାହା କାର୍ଯ୍ୟକାରୀ ହୋଇପାରୁନାହିଁ।ସୁରକ୍ଷା ପାଇଁ ଦୃଷ୍ଟି ଦିଆନଗଲେ ଆମ ଗାଁ ମହନଦୀରେ ବିଲୀନ ହୋଇଯିବ ଆଶଙ୍କା କରୁଛୁ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories