www.samajalive.in
Monday, December 8, 2025
27.1 C
Bhubaneswar

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ହତ୍ୟାକାରୀ ବାପ ପୁଅ ଗିରଫ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ବାରିଆ ବନ୍ଧସାହିରେ ରବିବାର ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ବାରିଆ ଥାନାରେ ମୃତ ଯୁବକର ବଡଭାଇ ଜନାର୍ଦ୍ଦନ ମହାନ୍ତ କରିଥିବା ଲିଖିତ ଅଭିଯୋଗରୁ ଜଣାଯାଏ ଯେ ରବିବାର ଦିନ ମୃତ ଯୁବକଙ୍କ ସ୍ତ୍ରୀ ତା ବାପ ଘରକୁ ଯାଇଥିଲା ଘରେ ଦିବାକାର ମହାନ୍ତ(୩୫) ଏବଂ ତାର ଦୁଇ ଝିଅ ଥିଲେ। ପୂର୍ବରୁ ଦିବାକର ମହାନ୍ତ ଏବଂ ପଡୋଶୀ ଭରତ ମହାନ୍ତଙ୍କ ମଧ୍ୟରେ ବିଭିନ୍ନ ସମୟରେ ଜମିଜମାକୁ ନେଇ ଗଣ୍ଡଗୋଳ ହୋଇ ଆସୁଥିଲା। ରବିବାର ଦିନ ମଧ୍ୟ ଏହି କଥାକୁ ନେଇ ମଧ୍ୟାହ୍ନରେ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା। ସଂନ୍ଧ୍ୟା ସମୟରେ ଭରତ ମହାନ୍ତ ଶୌଚ ହେବା ପାଇଁ ଜଙ୍ଗଲ ଆଡକୁ ଯାଇଥିଲା ଏହି ସମୟରେ ଦିବାକାର ଓ ଭରତ ମଧ୍ୟରେ ପୁଣିଥରେ ବଚସା ହେବା ସହିତ ହାତା ହାତି ହୋଇଥିଲେ। ଭରତ ମହାନ୍ତ ଏହାକୁ ସହ୍ୟକରି ନପରି ତା ପୁଅ ଦୁର୍ଯ୍ୟୋଧନ ମହାନ୍ତଙ୍କୁ ଡାକ ପକାଇଥିଲା। ଦୁର୍ଯ୍ୟଧନ ତା ବାପା ଅସୁବିଧାରରେ ପଡି ଡାକୁଛି ବୋଲି ଘରେ ଥିବା ଏକ ଠେଙ୍ଗାକୁ ନେଇ ବଚସା ହେଉଥିବା ସ୍ଥାନରେ ପହଞ୍ଚିଥିଲା। ବାପ ଓ ପୁଅ ଉତ୍‍କ୍ଷିପ୍ତ ହୋଇ ଠେଙ୍ଗା ସାହାର୍ଯ୍ୟରେ ଦିବାକାରଙ୍କ ମୁଣ୍ଡକୁ ପିଟି ଲହୁଲୁହାଣ କରିପକାଇଥିଲେ। ଦିବାକର ବଞ୍ଚାଓ ବଞ୍ଚାଓ ବୋଲି ଚିତ୍କାର କରିଥିଲେ ମଧ୍ୟ ତାକୁ ବାପ ପୁଅ ଛାଡି ନଥିଲେ। ଠେଙ୍ଗାରେ ଏତେ ଜୋରରେ ପ୍ରହାର କଲେ ଯେ ଘଟଣା ସ୍ଥଳରେ ହିଁ ଛଟପଟ ହୋଇ ଦିବାକାରର ମୃତ୍ୟୁ ଘଟିଥିଲା। ଦିବାକାରକୁ ହତ୍ୟା କରିଥିବା ସମ୍ପର୍କରେ ଜନାର୍ଦ୍ଦନ ବାରିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ବାରିଆ ଥାନା ଅଧିକାରୀ ଲକ୍ଷ୍ମୀଧର ମୁର୍ମୁ ମାମଲା ରୁଜ୍ଜୁ କରିବା ପରେ ଦିବାକାରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ବାପ ପୁଅକୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଶ୍ରୀ ମୁର୍ମୁ ସୂଚନା ପ୍ରଦାନ କରିଛନ୍ତି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories