www.samajalive.in
Monday, December 8, 2025
20.1 C
Bhubaneswar

ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଦୁର୍ବ୍ୟବହାର କରି ଯୁବକ ଗିରଫ

ଝୁମ୍ପୁରା : ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ଭଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରବିବାର ରାତିରେ ଡାକ୍ତରଖାନାରେ ପଶି ଜଣେ ଯୁବକ ଡାକ୍ତରଖାନାର ସୁରକ୍ଷା କର୍ମୀ ଠାରୁ ଆରମ୍ଭ କରି ଅନ୍ୟ ମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାରିଆ ପୁଲିସ ସେହି ଯୁବକଙ୍କୁ ଗିରଫ କରିଥିବା ଜଣାଯାଇଛି। ବାଙ୍କିଆ ଗ୍ରାମର ତିଳକ୍ତ ଚନ୍ଦ୍ର ମହାନ୍ତ ରବିବାର ବିଳମ୍ବିତ ରାତିରେ ଭଣ୍ଡା ଡାକ୍ତରଖାନାରେ ଜୋର ଜବରଦସ୍ତ ପଶିବା ସହିତ ଡାକ୍ତରଖାନା ସୁରକ୍ଷା ଦାୟିତ୍ୱରେ ରହିଥିବା ସୁରକ୍ଷା କର୍ମୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ସେହିପରି ଡାକ୍ତରଖାନାରେ ରାତ୍ରି ସମୟରେ ଦାୟିତ୍ୱ ତୁଲାଉଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ଏବଂ ଡାକ୍ତରମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ବାରିଆ ଥାନା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ବାରିଆ ଥାନା ଏଏସ୍‍ଆଇ ଜନ ପଟ୍ଟନାୟକ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ପହଞ୍ଚି ଯୁବକକୁ ଧରିବାକୁ ସକ୍ଷମ ହେବା ସହିତ ସେ ବ୍ୟବହାର କରୁଥିବା ବୁଲେଟକୁ ଜବଦ କରିଥିବା ଜଣାଯାଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦୁର୍ବହାର କରିଥିବା ଯୁବକଙ୍କ ନାମରେ ଏକ ମାମଲା ରୁଜ୍ଜ କରିଥିବା ଜଣାଯାଇଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories