www.samajalive.in
Monday, December 8, 2025
24.1 C
Bhubaneswar

ସୁଆଦିଆ ରୋଷେଇ ଟିପ୍ସ

ଲୋକେ ଏବେ ଘରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି କରି ଖାଇବାକୁ ପସନ୍ଦ କରୁଛନ୍ତି। ବାହାର ରେସ୍ତୋରାଁ ଖାଦ୍ୟ ସୁରକ୍ଷିତ ହୋଇନଥିବାବେଳେ ଏଥିରେ ତେଲମସଲା ଅଧିକ ଓ ଦର ମଧ୍ୟ କିଛି କମ୍ ନୁହେଁ। ଏଣୁ ଘର ରନ୍ଧା ଖାଦ୍ୟ ହିଁ ସୁସ୍ଥତାର ସୂତ୍ର ବୋଲି ଅଧିକାଂଶଙ୍କ ମତ।
– ଉତ୍ତର ଭାରତର ଲୋକପ୍ରିୟ ଜଳଖିଆ ଭାବେ ‘ଛୋଲେ-ଭତୁରେ’ର ଆଦର ସମଗ୍ର ଭାରତରେ ଅଛି। ତେବେ ଭତୁରେ ପ୍ରସ୍ତୁତି କାଠିକର କାମ। ଏଇଭଳି ଉପାୟରେ ଭତୁରେ ପାଇଁ ଚକଟା ପ୍ରସ୍ତୁତ କରନ୍ତୁ। ୫୦୦ ଗ୍ରାମ୍ ମଇଦାରେ ୧୦୦ ଗ୍ରାମ୍ ସୁଜି, ୨ବଡ଼ ଚାମଚ ତେଲ, ୧ଛୋଟ ଚାମଚ ଲୁଣ, ୧ଛୋଟ ଚାମଚ ଗୁଣ୍ଡ ଚିନି, ଅଧ ଛୋଟ ଚାମଚ ବେକିଂ ପାଉଡର, ଅଧ କପ୍ ଦହି ମିଶାଇ ଭଲରେ ଚକଟିନେବେ। ୨-୩ଘଣ୍ଟା ଏଇ ଚକଟାକୁ ଘୋଡ଼ାଇ ରଖନ୍ତୁ। କଡ଼େଇରେ ତେଲକୁ ଭଲରେ ଗରମ କରିବା ପରେ ହିଁ ଭତୁରେ ଛାଣନ୍ତୁ। ଦେଖିବେ ଭତୁରେ ଖୁବ୍ ଭଲରେ ଫୁଲିବା ସହ ନରମ ମଧ୍ୟ ହେବ।
– ସ୍ବାଦିଷ୍ଟ ବରା ତିଆରି କରିବା ପାଇଁ ୨କପ୍ ବିରି ଡାଲିକୁ ରାତିରୁ ପାଣିରେ ବତୁରାଇ ରଖିବେ। ଗ୍ରାଇଣ୍ଡିଂ କରିବା ସମୟରେ ଅଧିକ ପାଣି ମିଶାଇଲେ ବରା ନରମ ହୋଇନଥାଏ। ଧ୍ୟାନରେ ରଖିବେ, ଯେପରି ଗ୍ରାଇଣ୍ଡିଂ କରିବା ପୂର୍ବରୁ ଚିମୁଟାଏ ଲୁଣ ସେଥିରେ ମିଶାଇବେ।
– ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଦୋସା ପ୍ରାୟ ସମସ୍ତଙ୍କର ପ୍ରଥମ ପସନ୍ଦ। ହେଲେ ରେସ୍ତୋରାଁ ଭଳି ଦୋସା ତିଆରି କରିବା ଏତେଟା ସହଜ ମଧ୍ୟ ନୁହେଁ। ହୋଟେଲ ପରି ଦୋସା ତିଆରି କରିବା ନିମନ୍ତେ ଗୋଟିଏ ବଡ଼ ପାତ୍ରରେ ୩କପ୍ ଅରୁଆ ଚାଉଳ, ୧କପ୍ ବିରି ଡାଲି, ଅଧ କପ୍ ବୁଟ ଡାଲି, ଅଧ କପ୍ ଚୂଡ଼ା, ୧ଛୋଟ ଚାମଚ ମେଥି ଆବଶ୍ୟକ ପରିମାଣରେ ପାଣିରେ ବତୁରାଇ ୩-୪ଘଣ୍ଟା ରଖିବେ। ଏବେ ସେହି ମିଶ୍ରଣରୁ ପାଣି ବାହାର କରି ଭଲରେ ଗ୍ରାଇଣ୍ଡିଂ କରନ୍ତୁ। ପରେ ସେହି ମିଶ୍ରଶକୁ ପାତ୍ରରେ ବାହାର କରି ଫେଣ୍ଟନ୍ତୁ। ଏହା ପରେ ଲୁଣ ମିଶାଇ ୫-୬ ଘଣ୍ଟା ପାଇଁ ଘୋଡାଇ ରଖିବେ। ଘୋଡଣି ଖୋଲି ପରେ ଦେଖିବେ, ମିଶ୍ରଣ ଅଧିକ ଗାଢ଼ ହୋଇଥିଲେ ପାଣି ମିଶାଇବେ ନଚେତ୍ ସେହିପରି ଭାବେ ଦୋସା ତିଆରି କରନ୍ତୁ। ମନେରଖନ୍ତୁ, ଦୋସା ତିଆରି ତାୱା ଯେପରି ଭାରୀ ଓ ସମତଳ ହୋଇଥିବ, ଏପରି ତାୱାରେ ଦୋସା ଭଲରେ ହେଉଥିବାର ରୋଷେୟାଙ୍କ ମତ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories