www.samajalive.in
Wednesday, December 10, 2025
18.1 C
Bhubaneswar

୩୦ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ଲକ୍ଷ୍ନୌ : ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି। ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ୱାଣୀ, ମୁରଲୀମନୋହର ଯୋଶୀ, କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ ଅଭିଯୁକ୍ତ ଅଛନ୍ତି। ବୁଧବାର ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ ଅଦାଲତର ବିଚାରପତି ସୁରେନ୍ଦ୍ର କୁମାର ଅଯୋଧ୍ୟା ଅପରାଧିକ ଷଡ଼ଯନ୍ତ୍ର ମାମଲାର ରାୟ ଶୁଣାଇବାକୁ ଏହି ତାରିଖ ଧାର୍ଯ୍ୟ କରିଛନ୍ତି। ସମସ୍ତ ୩୨ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରି ଏ ମାସ ପ୍ରାରମ୍ଭରେ ଅଦାଲତ ଏହି ମାମଲାର ସବୁ ପ୍ରକ୍ରିୟା ଶେଷ କରିଥିଲେ। ଆଡ଼ୱାଣୀ, ଯୋଶୀ, କଲ୍ୟାଣ ଏବଂ ଉମାଙ୍କ ସମେତ ଏହି ମାମଲାରେ ୩୨ ଅଭିଯୁକ୍ତଙ୍କ ମଧ୍ୟରୁ ୨୫ଜଣଙ୍କର ପ୍ରତିନିଧିତ୍ବ କରୁଥିବା ଓକିଲ କେକେ ମିଶ୍ର ରାୟ ଶୁଣାଇବା ଲାଗି ଅଦାଲତ ସ୍ଥିର କରିଥିବା ତାରିଖ ସଂକ୍ରାନ୍ତରେ ସୁନିଶ୍ଚିତ କରିଛନ୍ତି। ଶୀଘ୍ର ବିଚାର ଶେଷ କରିବା ନିମନ୍ତେ ସୁପ୍ରିମ୍‌କୋଟ ତାରିଖ ଧାର୍ଯ୍ୟ କରିଥିଲେ ବି ବିଜେପିର ବରିଷ୍ଠ ରାଜନେତାମାନେ ସମ୍ପୃକ୍ତ ଥିବା ଏହି ସ୍ପର୍ଶକାତର ମାମଲା ଅଦାଲତରେ ଦୀର୍ଘ ଦିନ ଧରି ପଡ଼ିରହିଥିଲା।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories