www.samajalive.in
Wednesday, December 10, 2025
26.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ୨ ଛାତ୍ର ମୃତ; ଜଣେ ଗୁରୁତର

ଖୁଣ୍ଟା: ଖୁଣ୍ଟା ନିକଟସ୍ଥ ଶିଳଘାଟି ଗ୍ରାମର ଦୁଇ ଜଣ ଛାତ୍ର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକମାନେ ହେଲେ ଖୁଣ୍ଟା ଥାନା ଶିଳଘାଟି ଗ୍ରାମର ଦାସ ସିଂଙ୍କ ପୁଅ ଛୋଟରାୟ(୨୦) ଓ ଭୀମ ମୁର୍ମୁଙ୍କ ପୁଅ ତପନ(୧୮)। ଗୁରୁତର ଯୁବକ ହେଲେ ଜୁରାଡ଼ିହି ଗ୍ରାମର ମୁକୁନ୍ଦ ସୋରେନ(୧୭)।

ଘଟଣାରୁ ପ୍ରକାଶ ଯେ, ତିନି ସାଙ୍ଗଙ୍କ ମଧ୍ୟରୁ ଛୋଟରାୟ ଓ ମୁକୁନ୍ଦ ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ହୋଇଥିବା ବେଳେ ତପନ ଡୁକୁରା ଭଞ୍ଜଭୂମି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାଯାଇଛି। ଶନିବାର ରାତିରେ ଏକ ବାଇକରେ ସେମାନେ ଖୁଣ୍ଟା ଦିଗରୁ ଶିଳଘାଟି ଅଭିମୁଖେ ଯାଉଥିଲେ। ଛୋଟରାୟ ଓ ତପନକୁ ସେମାନଙ୍କୁ ଘରେ ଛାଡିଦେଇ ମୁକୁନ୍ଦ ବାଇକରେ ଜୁରାଡ଼ିହି ଘରକୁ ଫେରିଥାନ୍ତା। ତେବେ ଶିଳଘାଟି ଛକ ପହଞ୍ଚିବା ପୂର୍ବରୁ ସମ୍ମୁଖରୁ ଅଜଣା ଗାଡି ସେମାନଙ୍କ ବାଇକକୁ ଧକାଦେବାରୁ ଘଟଣା ସ୍ଥଳରେ ଛୋଟରାୟଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇଜଣଙ୍କୁ ପୁଲିସ ଗାଡ଼ିରେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ତପନଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ମୁକୁନ୍ଦକୁ ବାରିପଦା ପଠାଯାଇଛି। ପୁଲିସ ବାଇକକୁ ଜବତ କରି ତଦନ୍ତ କରିବା ସହ ଧକ୍କା ଦେଇଥିବା ଗାଡିକୁ ଖୋଜୁଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories