www.samajalive.in
Wednesday, December 10, 2025
18.1 C
Bhubaneswar

ଝଡ ବାତ୍ୟାରେ ଉଡିଲା ଛପର ଉଜୁଡିଲା ଶାଳ ଜଙ୍ଗଲ

ଖୁଣ୍ଟା :- ଖୁଣ୍ଟା ବାଜାର ନିକଟସ୍ଥ ଶିଳଘାଟି ଗ୍ରାମର ଛପର ଘର ଓ ସଂରକ୍ଷିତ ଶାଳ ଜଙ୍ଗଲର ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ପୂର୍ବାହ୍ନରେ ଓ ଅପରାହ୍ନରେ ଦୁଇଥର କାଳବୈଶାଖୀର ତାଣ୍ଡବ ଜନ ସାଧାରଣ ଅନୁଭବ କରିଥିଲେ। ତେବେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ପବନର ବେଗ ଅଧିକ ରହିବ ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଖୁଣ୍ଟାରୁ ଶିଳାଘାଟି ଛକ ମଧ୍ୟରେ ଘଞ୍ଚ ଶାଳ ଜଙ୍ଗଲର ଏକ କିଲୋମିଟର ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାପକ କ୍ଷତି ଘଟିଛି। ବାତ୍ୟା ପ୍ରଭାବରେ ଶତାଧିକ ଶାଳ ଗଛ ମଝିରୁ ଭାଙ୍ଗି ଯାଇଛି କିମ୍ବା ଉପୁଡି ପଡିଛି। ଫଳରେ ଖୁଣ୍ଟା ଜୟପୁର ପୂର୍ତ୍ତ ବିଭାଗ ସଡକ ଗମନା ଗମନ ବାଧା ପ୍ରାପ୍ତ ହୋଇଥିଲା । ଅପରାହ୍ନରେ ଅବରୋଧ ହଟାଇ ଦିଆଯାଥିଲା ବେଳେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଘଣ୍ଟାକ ମଧ୍ୟରେ ଯାହା କ୍ଷତି ହୋଇଛି ଫାଇଲିନ, ହୁଡହୁଡ କିମ୍ବା ଫନି ବାତ୍ୟା ସମୟରେ ଏଭଳି କ୍ଷତି ଘଟି ନଥିଲା। ବିଦ୍ୟୁତ ଛିଣ୍ଡି ପଡିଥିବା ଯୋଗୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି।  ଶିଳାଘାଟି ଗ୍ରାମ ସମେତ ଗୋପବନ୍ଧୁ ନଗର ବ୍ଲକର ଅନ୍ୟାନ୍ୟ ଗ୍ରାମମାନଙ୍କରେ କାଳବୈଶାଖୀରେ କେତେ ସଂଖ୍ୟକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି ତାର ସବିଶେଷ ତଥ୍ୟ ଶନିବାର ସୁଦ୍ଧା ପ୍ରାପ୍ତ ହେବ ବୋଲି ତହସିଲଦାର ସଂକଳ୍ପ ସ୍ୱସ୍ତିକ ସାହୁ କହିଛନ୍ତି। ଆବଶ୍ୟକ ସ୍ଥଳେ ପଲିଥିନ ପ୍ରଭୃତି ସହାୟତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories