www.samajalive.in
Wednesday, December 10, 2025
26.1 C
Bhubaneswar

ଦୁର୍ଘଟଣା ପରେ ସ୍କୁଟର ନେଇଗଲା ଲୁଟିଆ

ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ନିକଟ ଓଭରବ୍ରିଜ୍‌ ନିକଟରେ ଗତ ଗୁରୁବାର ସନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଥିଲା। ଏକ ଗାଡ଼ି ଧକ୍କାରେ ଜଣେ ସ୍କୁଟର ଚାଳକ ଆହତ ହୋଇଥିଲେ। ଆହତ ଚାଳକଜଣକ ହେଲେ ବେଗୁନିଆ ଅଞ୍ଚଳର ବିଜୟ କୁମାର ସାହୁ। ଦୁର୍ଘଟଣା ପରେ ବିଜୟ ଆହତ ହୋଇ ହସ୍ପିଟାଲ ଯାଇଥିବାବେଳେ ଘଟଣାସ୍ଥଳରୁ ତାଙ୍କ ସ୍କୁଟର କେହି ଦୁର୍ବୃତ୍ତ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ଏନେଇ ବିଜୟଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ଗୁରୁବାର ବିଜୟ ନିଜ ସ୍କୁଟର ଯୋଗେ ବେଗୁନିଆରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ତମାଣ୍ଡୋ ନିକଟରେ ଏକ ଗାଡ଼ି ଧକ୍କା ଦେବାରୁ ବିଜୟ ଗୁରୁତର ଆହତ ହୋଇପଡ଼ିଥିଲେ। ଆହତ ବିଜୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କିଛି ସ୍ଥାନୀୟ ଲୋକ ଡାକ୍ତରଖାନା ପଠାଇଥିଲେ। କିନ୍ତୁ ଦୁର୍ଘଟଣା ପରେ ତାଙ୍କ ସ୍କୁଟରକୁ କେହି ଦୁର୍ବୃତ୍ତ ଘଟଣାସ୍ଥଳରୁ ନେଇ ଚମ୍ପଟ ହୋଇଯାଇଥିଲା। ଏନେଇ ବିଜୟଙ୍କ ସ୍ତ୍ରୀ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି। ସ୍କୁଟର ଡିକିରେ ୬ ହଜାର ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ପୁଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories