www.samajalive.in
Monday, December 8, 2025
13.1 C
Bhubaneswar

କେଶବାନନ୍ଦ ମେମୋରିଆଲ କ୍ରିକେଟ୍ ଉଦଯାପିତ

ଆଠଗଡ : କନ୍ତୋଲ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଆଠଗଡ ଷ୍ଟାଡିୟମରେ ଚାଲିଥିବା ପ୍ରଥମ କେଶବାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଫାଇନାଲ ମ୍ୟାଚ ସହିତ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କୁମାରପୁରର ଏମସିସିକୁ ପରାସ୍ତ କରି ବାଙ୍କୀର ବ୍ରହ୍ମପୁର କ୍ରିକେଟ କ୍ଲବ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିବା ଜଣାପଡିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୁମାରପୁରର ଏମସିସି ଦଳ ନିର୍ଦ୍ଧାରିତ ୧୫ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୬୦ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ବାଙ୍କୀର ବ୍ରହ୍ମପୁରା କ୍ରିକେଟ କ୍ଲବ ମାତ୍ର ୫ ଓଭରରେ ୬୩ରନ୍ ସଂଗ୍ରହ କରି ଏକ ସହଜସାଧ୍ୟ ବିଜୟ ଲାଭ କରି ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଥିଲା। ଏହି ଦଳର ସର୍ବୋତ୍ତମ ଖେଳ ପ୍ରଦର୍ଶନ କରିଥିବା ରାଜୁ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଟୁର୍ଣ୍ଣାମେଣ୍ଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରିବାଙ୍କୁ ମ୍ୟାନ ଅଫ୍ ଦି ସିରିଜ ଭାବେ ପୁରସ୍କୃତ କରାଯାଇଥିଲା। ଉଦଯାପିତ ଉତ୍ସବରେ ସ୍ୱର୍ଗତ କେଶବାନନ୍ଦ ମହାନ୍ତିଙ୍କ ସହଧର୍ମିଣୀ କଳ୍ପନା ସୁନ୍ଦରୀ ମହାନ୍ତି ଓ ଯୁବ ଶିଳ୍ପଦ୍ୟୋଗି ଯଥାକ୍ରମେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିଆନ୍ ବ୍ରହ୍ମପୁର କ୍ରିକେଟ କ୍ଲବ ଓ ରନର୍ସଅଫ କୁମାରପୁର ଏମସିସିକୁ ଟ୍ରଫି ଓ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚରେ ଲିପୁ ରାଉତ ଓ ଶିବପ୍ରସାଦ ରାଉତ ଅମ୍ପାୟାର ଭାବେ ପରିଚାଳନା କରିଥିବାବେଳେ ଆୟୋଜକ କନ୍ତୋଲ କ୍ରିକେଟ କ୍ଲବର ସଦସ୍ୟମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories