www.samajalive.in
Monday, December 8, 2025
17.1 C
Bhubaneswar

ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରାୟ ଜ୍ଞାନ ବିଜ୍ଞାନ ମେଳା

କେନ୍ଦୁଝରଗଡ: କଲେଜରୋଡସ୍ଥିତ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କେନ୍ଦୁଝର ସଙ୍କୁଳର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଭକ୍ତ ଜ୍ଞାନ ବିଜ୍ଞାନ ମେଳାକୁ ସରକାରୀ ମହିଳା ମହାବିଦ୍ୟାଳୟର ଭୂତତ୍ୱ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ. ଲଳିତ ମୋହନ ସାହୁ ଉଦଘାଟନ କରିଥିଲେ।

ଏହି ଜ୍ଞାନ ବିଜ୍ଞାନ ମେଳାକୁ କେନ୍ଦୁଝର ସଙ୍କୁଳ ଅନ୍ତର୍ଗତ ତେଲକୋଇ, ଜଗମୋହନପୁର, ଶୁଆକାଟି, ଗୋନାସିକା, କେନ୍ଦୁଝରଗଡ, ବଣିଆପାଟ, କେମ୍ପସଡା, ଝାରବେଲଦା ଓ ଜଙ୍ଘିରା ବିଦ୍ୟାଳୟକୁ ମିଶାଇ ମୋଟ ୯ଟି ବିଦ୍ୟାଳୟର ୨୧୨ଜଣ ଛାତ୍ରଛାତ୍ରୀ ସଂସ୍କୃତିବୋଧ ପରିଯୋଜନ, ବୈଦିକ ଗଣିତ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପତ୍ରବାଚନ, ଗଣିତ ପ୍ରଶ୍ନମଞ୍ଚ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରକଳ୍ପ, କଥା କଥାନ, ଦେଶଭକ୍ତି ଗୀତ ଆଦିରେ ଭାଗ ନେଇଥିଲେ।

- Advertisement -

ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ବିଭାଗସ୍ତରୀୟ ଜ୍ଞାନ ବିଜ୍ଞାନମେଳାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଏହି ଜ୍ଞାନବିଜ୍ଞାନ ମେଳାର ଉଦଯାପନୀ ସମାରୋହରେ ଧରଣୀଧର ବିଶ୍ୱ ବିଦ୍ୟାଳୟ କେନ୍ଦୁଝରର ପଦାର୍ଥ ବିଜ୍ଞାନ ବିଭାଗ୍ୟ ମୁଖ୍ୟ ଦୋଳଗୋବିନ୍ଦ ରାଉତ ମୁଖଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ଉପାଦେୟ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡ/ ଅନୀଲ କୁମାର ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ପ୍ରଧାନାଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ବିଦ୍ୟାଳୟ ପରିଚାଳନା ସମିତି ସମ୍ପାଦକ ଭାଗୀରଥି ଗିରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍କୁଳ ସଂଯୋଜକ ଅଲେଖ ଚନ୍ଦ୍ର ମହାନ୍ତଙ୍କ ସମେତ ବିଦ୍ୟାଳୟ ପରିଚାଳନା ସମିତି ଉପସଭାପତି ହୃଦାନନ୍ଦ ପ୍ରଧାନ, ସହସମ୍ପାଦକ ସୁଦର୍ଶନ ନାଏକ, କୋଷାଧ୍ୟକ୍ଷ ଦୟାନିଧି ମହାନ୍ତ, ସଦସ୍ୟା ମନ୍ଦାକୀନି ବେହେରା ପ୍ରମୁଖ ଉପସ୍ଥିତ ଥିବାବେଳ କେନ୍ଦୁଝର ସଙ୍କୁଳ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଚାରକ ଯୋଗଦେଇ କୃତୀ ପ୍ରତିଯୋଗୀ ଚୟନ କରିଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories