www.samajalive.in
Tuesday, December 9, 2025
17.1 C
Bhubaneswar

ଲାଞ୍ଜିଗଡ କରାଟେ କଲର ବେଲ୍ଟ ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଉତ୍କଳ କରାଟେ ସ୍କୁଲ ସମ୍ପାଦକ କ୍ଷମାନିଧି ମହାଖୁଡଙ୍କ ନେତୃତ୍ୱରେ ଲାଞ୍ଜିଗଡ ବେଦାନ୍ତ କଲୋନୀ କ୍ଲବ ହାଉସଠାରେ ଅନୁଷ୍ଠିତ କରାଟେ କଲର ବେଲ୍ଟ ପରୀକ୍ଷାରେ ୨୪ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କୁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ସହ ଶାରିରୀକ ଦକ୍ଷତା ବୃଦ୍ଧି ଲାଗି ସେନପାଇ ମହାଖୁଡ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ରବିବାର ସେମାନଙ୍କ ବେଲ୍ଟ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ ୟେଲୋ ବେଲ୍ଟ ପରୀକ୍ଷାରେ ମୁକ୍ତାଶ୍ରୀ ମହାପାତ୍ର, ଦିବ୍ୟାଂଶୀ ମିଶ୍ର, ଶିବାନଶୀ ଶ୍ୟାମ, ଅମିତ ପାଣି, ରୁଦ୍ରାଂଶୁ ପ୍ରଧାନ, ଗୌତମ ପାଣି ରହିଥିବା ବେଳେ ଅରେଞ୍ଜ ବେଲ୍ଟରେ କୁଶୁମପ୍ରଭା ମାଝୀ ରହିଥିଲେ। ସେହିପରି ଗ୍ରୀନ ବେଲ୍ଟ ପରୀକ୍ଷାରେ ଅର୍ଶିକା ପାଣ୍ଡେ, ସୋୟମ ଓଡିଆ, ମୋହିତ ବେମାଲ, ପୁଷ୍ପେନ୍ଦୁ ବିଶ୍ୱାଳ, ଶିବାଂଶୀ ମିଶ୍ର, ସୋର୍ଣ୍ଣିମା ମହାପାତ୍ର, ହେମନ୍ତ ମଲ୍ଲିକ, ସି.ଏଚ. ସାଇ ସ୍ୱାଶତ ରହିଥିବା ବେଳେ ବ୍ଲୁ ବେଲ୍ଟ ପରୀକ୍ଷାରେ କାବ୍ୟଶ୍ରୀ ମହାପାତ୍ର, ଆରଧ୍ୟା ଆରଧନା, ଲୋକେଶ ବିଶ୍ୱାଳ,ଅଭିଲିପ୍ସା ପଳେଇ ଭାଗ ନେଇଥିଲେ। ବ୍ରାଉନ ବେଲ୍ଟ ପରୀକ୍ଷାରେ ସୋନକ ସମଦର୍ଶୀ ସାହୁ, ଆୟୁଷ ଦୁବେ, ଆଶୀର୍ବାଦ ବାଡ଼ତିଆ, ଅର୍ପିତା ବାଡ଼ତିଆ, ଗଙ୍ଗାଧର ମଲ୍ଲିକ ଉତ୍ତୀର୍ଣ୍ଣ ହୋଇଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories