www.samajalive.in
Saturday, December 6, 2025
26.1 C
Bhubaneswar

ଅତ୍ୟାଚାର ସହିନପାରି ନିଶାସକ୍ତ ସ୍ୱାମୀକୁ ପିଟିଲା ସ୍ତ୍ରୀ: ଚାଲିଗଲା ସ୍ୱାମୀର ଜୀବନ

ସମାଜ ଡିଜିଟାଲ ଡେସ୍କ: ନିଶାସକ୍ତ ସ୍ୱାମୀର ଅତ୍ୟାଚାର ସହିନପାରି ଶେଷରେ ସ୍ୱାମୀକୁ ପଥରେ ଛେଚି ହତ୍ୟା କରିଛି ସ୍ତ୍ରୀ । ଅଗଷ୍ଟ ୧୫ ବିଳମ୍ବିତ ରାତିରେ କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ କାଶୀବେଡା ଗାଁରେ ଏଭଳି ଘଟଣା ଘଟିଛି । ମୃତ ସ୍ୱାମୀ ହେଲେ ସୁନାରାମ ମୁଣ୍ଡା । ମିଳିଥିବା ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ସୁନାରାମ ନିଜ ସ୍ତ୍ରୀ ସୁକୁମଙ୍କୁ ନିଶାସକ୍ତ ଅବସ୍ଥାରେ ପ୍ରବଳ ମାଡ ମାରିଥିଲେ । ଏଥିରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ସ୍ୱାମୀଙ୍କୁ ପଥରେ ଛେଚି ପକାଇଥିଲେ । ଗୁରୁତର ଅବସ୍ଥାରେ ସୁନାରାମଙ୍କୁ ମେଡିକାଲ ନିଆଯାଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନିର୍ଯାତନା ଅସହ୍ୟ ହେବାରୁ ସ୍ତ୍ରୀ ଏଭଳି କରିଥିବା ଜଣାପଡିଛି । ଘଟଣାର ତଦନ୍ତ ପୁଲିସ ଆରମ୍ଭ କରିଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories