www.samajalive.in
Wednesday, December 10, 2025
18.1 C
Bhubaneswar

ଉଗ୍ରବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣକ୍ଷେତ୍ରରେ ଓଡିଶା ପୁଲିସର ଭୂମିକା ଉଲ୍ଲେଖନୀୟ

କେନ୍ଦୁଝରଗଡ଼: କେନ୍ଦୁଝର ରିଜର୍ଭ ପୁଲିସ ପଡିଆ ଠାରେ ଓଡିଶା ପୁଲିସର ୮୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆରକ୍ଷୀ ନିରୀକ୍ଷକ ବିମଳ ଚନ୍ଦ୍ର ରାଉତଙ୍କ ନେତ୍ତୃତ୍ୱରେ ଅନୁଷ୍ଠିତ ମିଳିତ ପରେଡରେ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ଅଭିବାଦନ ଗ୍ରହଣ କରିବା ପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରେରିତ ବାର୍ତ୍ତାକୁ ପଢି ଶୁଣାଇଥିଲେ।

ସାମ୍ବିଧାନିକ ସୁରକ୍ଷା ସହ ଆଇନର ଶାସନ ପ୍ରତିଷ୍ଠା ଓ ଜନସାଧାରଣଙ୍କ ପ୍ରତି ପୁଲିସ ଆସ୍ଥାଭାଜନ ହେବାକୁ ଏସପି ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ଏହା କହିଥିଲେ। ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପୁଲିସ ତା’ର ଦାୟିତ୍ୱ, ଶୃଙ୍ଖଳା, ନିରପେକ୍ଷତା ଓ ସେବା ମନୋଭାବ ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଏସପି ଶ୍ରୀ ମହାପାତ୍ର ଭାଷଣ ପ୍ରସଙ୍ଗରେ ବିଭାଗୀୟ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ। ଉଗ୍ରବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣକ୍ଷେତ୍ରରେ ଓଡିଶା ପୁଲିସର ଉଲ୍ଲେଖନୀୟ ଭୂମିକାକୁ ଏସପି ଶ୍ରୀ ମହାପାତ୍ର ପ୍ରଶଂସା କରିଥିଲେ।

- Advertisement -

ରାଜ୍ୟବାସୀଙ୍କ ସେବାରେ ସର୍ବଦା ନିୟୋଜିତ ଓଡିଶା ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା ଭୂମିକାକୁ ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘସିପୁରା ଥାନା ସବ୍‍ଇନ୍ସପେକକ୍ଟର ବିକ୍ରମ କୁମାର ଭୂୟାଁଙ୍କୁ ଜିଲାର ଶ୍ରେଷ୍ଠ ପୁଲିସ ଅଧିକାରୀ, ଘସିପୁରା ଥାନା ଏଏସ୍‍ଆଇ ଦୀନବନ୍ଧୁ ଜେନା, ସଶସ୍ତ୍ରବାହୀନି ଏପିଆର ହାବିଲଦାର ସୁକୁମତି ଲାଗୁରୀ, ଶ୍ରେଷ୍ଠ ଓଆର କନଷ୍ଟେବଳ ଶିରପାଣି ମହାନ୍ତ, ଶ୍ରେଷ୍ଠ ଏପିଆର କନଷ୍ଟେବଳ ଅମୂଲ୍ୟ ବାରିକ, ଶ୍ରେଷ୍ଠ ଟ୍ରାଫିକ୍‍ କନଷ୍ଟେବଲ ମନୋଜ କୁମାର ମହାନ୍ତଙ୍କୁ ଏସପି ଶ୍ରୀ ମହାପାତ୍ର ପୁରସ୍କୃତ କରିଥିଲେ।

ଏହି ଅବସରରେ ସଦର ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଡିଏସପି ପୁଷ୍ପଲତା ବାରିକ ଓ ଉପାସନା ପାଢ଼ୀ, ଟାଉନଥାନା ଅଧିକାରୀ ସୁନୀଲ କୁମାର କରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories