www.samajalive.in
Tuesday, December 9, 2025
15.1 C
Bhubaneswar

କାଶ୍‌‌ଭି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ଼: ଭୁବନେଶ୍ୱରଠାରେ ସଦ୍ୟ ଅନୁଷ୍ଠିତ ତୃତୀୟ ମାଇନିଂ ଆଣ୍ଡ ଇନ୍‌‌ଫ୍ରାଷ୍ଟ୍ରକଚର କନକ୍ଲେଭରେ ସଷ୍ଟେନେବଲ ମାଇନିଂ ଆୱାର୍ଡ଼ ବିଭାଗରେ ଉତ୍କୃଷ୍ଟତା ପାଇଁ କାଶ୍‌‌ଭି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିିତ କରିଛନ୍ତି। ଇଂ ବେହେରା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଯେତିକି ପରିଚିତ ଜଣେ ସମାଜସେବୀ ଭାବେ ଅନୁରୂପ ଭାବେ ବେଶ୍‌‌ ଖ୍ୟାତି ଅର୍ଜନ କରିଛନ୍ତି। ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତାଠାରୁ ଆରମ୍ଭ କରି ଦୁରାରୋଗ୍ୟ ରୋଗରେ ପୀଡିତଙ୍କୁ ଚିକିତ୍ସା ସହାୟତାର ହାତ ବଢାଇ ନିଜର ବଦାନ୍ୟତା ବଜାୟ ରଖିଛନ୍ତି। ଏହା ପୂର୍ବରୁ ସେ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କଠାରୁ ମଧ୍ୟ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିିତ ହୋଇଥିବାବେଳେ ଏଭଳି ସମ୍ବର୍ଦ୍ଧନା ଆଗକୁ କାମ କରିବାକୁ ଅଧିକ ପ୍ରେରଣା ଦେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories