www.samajalive.in
Sunday, December 7, 2025
26.1 C
Bhubaneswar

କେନ୍ଦୁପତ୍ର ବୋଝେଇ ଭ୍ୟାନ ଜବତ,୨ଗିରଫ 

କେନ୍ଦୁଝରଗଡ : ଅନୁଗୁଳ ଜିଲା ଆଠମଲ୍ଲିକରୁ ପଶ୍ଚିମବଙ୍ଗକୁ ବେଆଇନ କେନ୍ଦୁପତ୍ର ଚାଲାଣ ହେଉଥିବା ବେଳେ କେନ୍ଦୁଝର ଜିଲା ଭୂୟାଁ ଜୁଆଙ୍ଗ ପୀଢ଼ (ବିଜେପି) ବନାଞ୍ଚଳ ଅଧିକାରୀ ବିଜୟ କୁମାର ମହାନ୍ତଙ୍କ ନେତୃତ୍ୱରେ ସୋମବାର ସନ୍ଧ୍ୟାରେ ସାନଘାଗରା ନିକଟରେ ଚଢାଉ କରାଯାଇ କେନ୍ଦୁପତ୍ର ବୋଝେଇ ଭ୍ୟାନକୁ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲା ବିଶୋଇ ଥାନା ବାଉଟିବେଡା ଗ୍ରାମର ମୋହନ ଚରଣ ମହାନ୍ତ (୫୫) ଓ ସାନଜୁମୁବିଲା ଗ୍ରାମର ଯଶୋବନ୍ତ ମହାନ୍ତ (୪୦) ବୋଲି ଜଣାପଡିଛି। ପ୍ରାୟ ଦେଢ଼ଲକ୍ଷ ଟଙ୍କା ମୂଲ୍ୟର ୧୦ କୁଇଣ୍ଟାଲ କେନ୍ଦୁପତ୍ରକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଶୁଆକାଟୀ ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକ ଓ କେନ୍ଦୁଝର ଟାଉନ ଫରେଷ୍ଟର ପ୍ରଦୀପ କୁମାର ବାରିକ ପ୍ରମୁଖ ଏହି ଚଢାଉରେ ସହାୟତା କରିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories