ସାମାଜିକ ସହାୟତା ଗୋଷ୍ଠୀ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ କମ୍ବଳ ବଣ୍ଟନ

କେଶଦୁରାପାଳ : କେନ୍ଦୁଝର ଜିଲ୍ଲା ,ଆନନ୍ଦପୁର୍ ବ୍ଲକ, କୋଳିମାଟି ପଞ୍ଚାୟତ,ଦରଖଳା ଗ୍ରାମରେ ବୁଧବାର ସାମାଜିକ ସହାୟତା ଗୋଷ୍ଠୀ ଟ୍ରଷ୍ଟର ସଭ୍ୟମାନେ ନିଆରା ଢଙ୍ଗରେ ନୁଆବର୍ଷ ପାଳନ କରିଛନ୍ତି। ଏହି କୋରୋନା ସମୟରେ ଲୋକମାନେ କାମଧନ୍ଦା ନପାଇ ବିଭିନ୍ନ ହଇରାଣ ହରକତ ହେଉଛନ୍ତି, ଘର ଚଳେଇବା ତ’ କଷ୍ଟକର ତା ସାଙ୍ଗକୁ ଜେଉଁ ଶୀତ ହେଉଛି ଲୋକମାନେ କେତେ ଦୁଃଖ ପାଉଛନ୍ତି। ଏହି ଗ୍ରାମରେ ଏହି ଟ୍ରଷ୍ଟ ର ସଦସ୍ୟ ମାନେ ପହଞ୍ଚି କମ୍ବଳ ବାଣ୍ଟିଥିଲେ। ଲୋକମାନେ ବହୁତ ଆନନ୍ଦର ସହିତ କମ୍ବଳ ନେଇଥିଲେ ଓ ଏହି ଗ୍ରୁପ୍ କୁ ବହୁତ ପ୍ରସଂସା କରିଥିଲେ।

ଏଥିରେ ଗ୍ରୁପ୍ ର ସହସଂଯୋଜକ-ସାଇବଦଲ, ସମ୍ପାଦକ-ଗୋପବନ୍ଧୁ ଦାସ୍, ଚିରଞୀବ ପୃଷ୍ଟି, ଡମ୍ବୁର୍, ଲକ୍କୀ, ତପନ୍, ସୁବ୍ରତ, ପ୍ରହଲ୍ଲାଦ, ଶ୍ରୀକାନ୍ତ, ହରି,ଏବଂ ଆହୁରି ଅନେକ ସଭ୍ୟ ଯୋଗଦେଇଥିଲେ।

ସେହିପରି କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ସେବା ସଂଘ ପକ୍ଷରୁ ନୂତନ ବର୍ଷକୁ ଭିନ୍ନ ଭାବେ ସ୍ୱାଗତ କରାଯାଇଛି। ସଂଘ ପକ୍ଷରୁ ଆଜି ଅସହାୟ ଓ ଦୁସ୍ଥ ଲୋକଙ୍କୁ କମ୍ବଳ ପ୍ରଦାନ କରାଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦଙ୍କ ନେତୃତ୍ୱରେ ଘଷିପୁରା ନିର୍ବାଚନ ମଣ୍ଡଳୀର କୋଳିମାଟି ପଞ୍ଚାୟତର ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଏକ ନିରାଡ଼ମ୍ବର ଉତ୍ସବରେ ୨୦୦ ଅସହାୟ ବ୍ୟକ୍ତିଙ୍କୁ ଯଜ୍ଞ ପ୍ରସାଦ କମ୍ବଳ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଧବଳେଶ୍ଵର ସାହୁ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ସାହୁ, ୟୁଥ୍ ଫର୍ ଆକ୍ସନ୍ ର ପ୍ରଳୟ ସାହୁ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ।

Comments are closed.