www.samajalive.in
Tuesday, December 9, 2025
16.1 C
Bhubaneswar

ବ୍ରାହ୍ମଣୀଗାଁ ଭାଜପାର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ବର୍ଗ ବୈଠକ

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନଂ ଜିଲା ପରିଷଦ ଜୋନ୍ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଂଚଳର ୧୩ଟି ପଂଚାୟତକୁ ନେଇ ସ୍ଥାନୀୟ ସିପିଏସ୍‌ଡବ୍ଲୁ ପରିସରରେ ଭାଜପାର ମଣ୍ଡଳସ୍ତରୀୟ ପ୍ରଶିକ୍ଷଣ ବର୍ଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ ,ବରିଷ୍ଠ କାର୍ଯ୍ୟକର୍ତ୍ତା ଜୟଚନ୍ଦ୍ର ପଡ୍ରା ,ଦିନବନ୍ଧୁ ପାତ୍ର ସମେତ ଅନ୍ୟାମାନେ ଯୋଗ ଦେଇଥିଲେ । ବୈଠକରେ ଦଳର କର୍ମକର୍ତାମାନେ ନିଜ ଅଂଚଳର ସମସ୍ୟା ଓ ସୁଦୃଢ ସଂଗଠନ ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲାସାଧାରଣ ସମ୍ପାଦକ ଶ୍ରୀ ମାନଗୋବିନ୍ଦ ଦଳର ଲକ୍ଷ ଉଦ୍ଦେଶ୍ୟ ଓ ବିଚାର ଧାରାକୁ ଉପସ୍ଥାନ କରିବା ସହ ସବକା ସାଥ ସବକା ବିକାଶର ମୂଳମନ୍ତ୍ର ନେଇ କର୍ମୀମାନଙ୍କୁ ପ୍ରଦାନ କରିଥିଲେ। ଆଗାମୀ ପଂଚାୟତରାଜ ନିର୍ବାଚନୀକୁ ଦୃଷ୍ଠିରେ ରଖି ବିଭିନ୍ନ ରଣନନିତି ପ୍ରସ୍ତୁତ କରିବାକୁ ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ବୈଠକରେ ଚିତ୍ରସେନ ପାତ୍ର,ରାଜୀବ ପାତ୍ର ,ଆନନ୍ଦ ପ୍ରଧାନୀ ଦଳକୁ ପୁନର୍ବାର ବାହୁଡିଥିବାରୁ ସେମାନଙ୍କୁ ସମସ୍ତଙ୍କ ଉପସ୍ଥିତିରେ ସ୍ୱାଗତ କରି ଦଳରେ ସାମିଲ କରାଯାଇଥିଲା । ଶ୍ୟାମ ମହାଙ୍କୁଡ ,ଶଙ୍କର ବେହେର ଦଳେଇ , ଅଜୟ ମଲ୍ଲିକ ,ଗଣେଷ ଡାକୁଆ ସମେତ ବ୍ରାହ୍ମଣୀଗାଁ ମଣ୍ଡଳ ର ଅନ୍ୟାନ୍ୟ କର୍ମୀ ମାନେ ବୈଠକ ଆୟୋଜନରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories