www.samajalive.in
Monday, December 8, 2025
27.1 C
Bhubaneswar

ଘରକୁ ଫେରି ନପାରି ହରିୟାଣାରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

ଭୁବନେଶ୍ଵର : କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନ ଯୋଗେ ଓଡ଼ିଶାକୁ ଫେରୁଛନ୍ତି । ପୁଣି ଆଉ କିଏ ବସ୍ ଟ୍ରେନର ସୁବିଧା ନପାଇ ସାଇକେଲରେ ମଧ୍ୟ ଓଡ଼ିଶା ଫେରିବାକୁ ବାଧ୍ୟ ହେଉଛନ୍ତି । ଏହା ସତ୍ତ୍ୱେ ବି ଅଧିକାଂଶ ଲୋକ ଏବେ ବି ବାହାର ରାଜ୍ୟରେ ଫସି ରହିଛନ୍ତି । ତେବେ ଏହାରି ମଧ୍ୟରେ ଲକ୍‌ଡାଉନ୍‌ ଯୋଗୁ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣାବଣିଆ ପଞ୍ଚାୟତର ବାଜପୁର ଗାଁରେ ବୋଲି ଜଣାପଡିଛି । ମୃତ ଯୁକଙ୍କ ନାଁ ଗଙ୍ଗାଧର ବିଶ୍ୱାଳ ।

ଗଙ୍ଗାଧର, ହରିୟାଣା ଯମୁନାନଗରରେ ରହି ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିଲେ । ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଜାରି ହେବା‌ ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା । ଯାହା ଫଳରେ ହରିୟାଣାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଗଙ୍ଗାଧର ।  ଏହାପରେ ଘରକୁ ଫେରିବାକୁ ସେ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ। ଉପାୟଶୂନ୍ୟ ହୋଇ ଗଙ୍ଗାଧର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ। ଏହି ଭିଡିଓରେ କମ୍ପାନୀ ମାଲିକ ଓ ରାଜ୍ୟ ସରକାର ସାହାଯ୍ୟ କରୁ ନ ଥିବା ସେ ଅଭିଯୋଗ କରିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓରେ ଗଙ୍ଗାଧର ରାଜ୍ୟକୁ ଫେରାଇ ନେବାପାଇଁ ସାହାର୍ଯ୍ୟ କରିବାକୁ ଆକୁଳ ନିବେଦନ କରିଥିଲେ । ଯଦି କିଛି ସାହାଯ୍ୟ ନମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଏହି ଭିଡିଓରେ କହିଥିଲେ ।

- Advertisement -

ତେବେ ଗତକାଲି ଗଙ୍ଗାଧର ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗଙ୍ଗାଧର ଏକ ଗଛରେ ରଶି ଲାଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗଙ୍ଗାଧର ଘରକୁ ଫେରିବା ପାଇଁ କୌଣସି ସାହାଯ୍ୟ ସହଯୋଗ ନପାଇବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories