www.samajalive.in
Wednesday, December 10, 2025
26.1 C
Bhubaneswar

ବନ୍ଧୁକ ମୁନରେ ଲୁଟ୍‌, ୨ଜଣଙ୍କୁ କାବୁ କଲେ ଗ୍ରାମବାସୀ

ମହାକାଳପଡା:ସାମୁଦ୍ରିକ ଥାନା ତନ୍ତିଆପାଳ ଅଧିନ କାକଟପୁର ଗ୍ରାମରେ ବଡ ଧରଣର ଡକାୟତି ହୋଇଛି । ଲୁଟେରା ମାନଙ୍କ ଆକ୍ରମଣରେ ପରିବାର ତିନି ସଦସ୍ୟ ଗୁରୁତର ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ୧୯ ଲକ୍ଷରୁ ଅଧିକ ଟଙ୍କାର ସୁନା ରୂପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟ କରିଛନ୍ତି ଦୁର୍ବୃତ୍ତ । ୭ ଜଣ ଲୁଟେରାଙ୍କ ମଧ୍ୟରୁ  କାବୁ କରିଥିବା ଦୁଇଜଣ ଡକାୟତଙ୍କ ସହିତ ଗୋଟିଏ ବନ୍ଧୁକ ଗ୍ରାମବାସୀ ପୋଲିସର ଜିମାକରିଛନ୍ତି । ଗ୍ରାମବାସୀଙ୍କୁ ଭୟଭୀତ କରି ଖସିଯିବାକୁ ଚେଷ୍ଟା କରି ଦୁଇ ରାଉଣ୍ଡ ଗୁଳି କରିଥିଲେ ଡକାୟତ।  କାକଟପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ସ୍ବାଇଁଙ୍କ ଘରୁ ଡକାୟତି ହୋଇଥିବା ଜଣାପଡିଛି । ରାତି ଗୋଟିଏ ସମୟରେ ବାରିପଟ କବାଟ ତାଡି ଘରେ ପ୍ରବେଶ କରିଥିଲେ ୭ ଜଣ ଡକାୟତ । କାର୍ତ୍ତିକଙ୍କ ସହିତ ତିନିଜଣ ମହିଳା ଓ ଦୁଇଜଣ ଶିଶୁ ଘରେ ଥିବା ବେଳେ ଦୁର୍ବୃତ୍ତ ମାନେ ଲୁଟ କରିଛନ୍ତି । ଡକାୟତ ମାନେ ଘରେ ପସିଥିବା ସମୟରେ କାର୍ତ୍ତିକଙ୍କ ସାନବୋହୂ ଫୋନକରି ଗାଁର ଅନ୍ୟ ମାନଙ୍କୁ ଜଣାଇଥିଲେ । ଗାଁରୁ ଗ୍ରାମବାସୀ ମାନେ ଡକାୟତ ମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ।ଘଟଣା ସ୍ଥଳରେ ଡକାୟତ ମାନେ ଆଣିଥିବା ଦୁଇଟି ମଟରସାଇକେଲକୁ ଗ୍ରାମବାସୀ ମାନେ କାବୁ କରିଛନ୍ତି । ଘଟଣା ସ୍ଥଳରେ କେନ୍ଦ୍ରାପଡା ଏସପି ସନ୍ଦିପ ସମ୍ପଦ ମଦକର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତ ମାନଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories