www.samajalive.in
Friday, December 5, 2025
23.1 C
Bhubaneswar

ଭିଡିଓ କନ୍‌ଫରେନ୍ସିଂରେ ଏମ୍‌ସ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଜେପି ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଧ୍ୟରେ ବାଦବିବାଦ ଚାଲିଥିବାବେଳେ ରବିବାର କେଜ୍ରିୱାଲଙ୍କୁ ଏମ୍‌ସ ଡାକ୍ତରଙ୍କ ସହିତ ଆଲୋଚନା କରିବାକୁ ସୁଯୋଗ ଦିଆଯାଇଛି। ଏ ନେଇ ତିହାର ଜେଲ ପକ୍ଷରୁ ଏକ ଭିଡିଓ କନ୍‌ଫରେନ୍ସିଂର ଆୟୋଜନ କରାଯାଇଥିଲା। ଯେଉଁଥିଲେ ମଧୁମେହରେ ପୀଡ଼ିତ କେଜ୍ରିୱାଲ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ଏମ୍‌ସ ବିଶେଷଜ୍ଞଙ୍କ ସହିତ କଥା ହୋଇଥିଲେ। ତେବେ କେଜ୍ରିୱାଲଙ୍କୁ ଇନ୍‌ସୁଲିନ ଦିଆଯାଉ ନ ଥିବା ନେଇ ଆପ୍‌ ପକ୍ଷରୁ ଯେଉଁ ଅଭିଯୋଗ କରାଯାଉଥିଲା ସେନେଇ କେଜ୍ରିୱାଲ ଆଜି ଡାକ୍ତରଙ୍କ ସହିତ କୌଣସି ଆଲୋଚନା କରି ନ ଥିବା ସୂତ୍ରରୁ ଜଣାପଡ଼ିଛି।

ଆପ୍‌ ନେତ୍ରୀ ସୁନିତା କେଜ୍ରିୱାଲଙ୍କ ଅନୁରୋଧ କ୍ରମେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ତତ୍ତ୍ବାବଧାନରେ ରବିବାର ଏହି ଭିଡିଓ କନ୍‌ଫରେନ୍ସିଂ ଆୟୋଜିତ ହୋଇଥିଲା। ଏହି ସମୟରେ ଜେଲ୍‌ର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲୋ। ପ୍ରାୟ ୪୦ ମିନିଟ୍‌ ଧରି କେଜ୍ରିୱାଲ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ବିଶେଷଜ୍ଞଙ୍କ ସହିତ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟକୁ ନେଇ କୌଣସି ଚିନ୍ତାର ବିଷୟ ନାହିଁ ବୋଲି ବିଶେଷଜ୍ଞମାନେ କହିଥିଲେ।

- Advertisement -

ସୂଚନାଯୋଗ୍ୟ, କେଜ୍ରିୱାଲଙ୍କୁ ଜେଲ୍‌ରେ ଉପଯୁକ୍ତ ଚିକିତ୍ସା ସୁବିଧା ଦିଆଯାଉ ନାହିଁ ବୋଲି ପୂର୍ବରୁ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇ ଆସୁଥିଲା। ଏପରି କି ତାଙ୍କୁ ଚିକିତ୍ସା ବିନା ହତ୍ୟା କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଆପ୍‌ ନେତା ତଥା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ବାଜ ଅଭିଯୋଗ କରିଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories