www.samajalive.in
Saturday, December 6, 2025
26.1 C
Bhubaneswar

‘ଭାରତ ବହୁତ ଭଲ, ପାକିସ୍ତାନରେ ମାନବିକତା ନାହିଁ’

ନୂଆଦିଲ୍ଲୀ: ମୃତ ଆତଙ୍କବାଦୀଙ୍କ ପତ୍ନୀଙ୍କ ବଡ଼ ଖୁଲାସା । ସୁରକ୍ଷାବାହିନୀଙ୍କ ଗୁଳିରେ ନିହତ ହୋଇଥିବା ଜଣେ ଆତଙ୍କବାଦୀଙ୍କ ପତ୍ନୀ ବଡ଼ ଖୁଲାସା କରିଛନ୍ତି । ଏକ ଅଡିଓ ମାଧ୍ୟମରେ ମୃତ ଆତଙ୍କବାଦୀଙ୍କ ପତ୍ନୀ ରଜିଆ ବିବି କହିଛନ୍ତି ମୁଜାହିଦ ମାନେ କୌଣସି ଚିନ୍ତାନକରି ବିବାହ କରନ୍ତି । ଜୀବନକୁ ନଷ୍ଟ କରିଦିଅନ୍ତି । ମୁଁ ସେଠାରେ ଅନେକ ରାତି ଚେଇଁ ଚେଇଁ କଟାଇଛି । ଆମେ ବହୁତ କଷ୍ଟଦାୟକ ପରିସ୍ଥିତି ଦେଇ ଗତି କରିଛୁ । ଚିନ୍ତା କରିବା ପରେ ଯେ କୌଣସି ପଦକ୍ଷେପ ନେବା ଉଚିତ୍‍ । ତାଙ୍କ ଅଡିଓରେ ରାଜିଆ ଆହୁରି କହିଛନ୍ତି । ମୁଜାହିଦ କିଛି ନଜଣାଇ ମୋ ସ୍ୱାମୀଙ୍କୁ କୌଣସି ସ୍ଥାନକୁ ନେଇଯାଇଥିଲେ । ମୁଁ କେବଳ କହିବି ଯେ କେହି ମୁଜାହିଦ୍ ହେବା ଉଚିତ୍ ନୁହେଁ । ମୁଁ ଏଠାରେ ଭାରତରେ ଭଲ ଅଛି ।

ରଜିଆ ବିବିଙ୍କ ଏକ ଭିଡିଓ ମଧ୍ୟ ଏକ ଗଣମାଧ୍ୟମ ସଂସ୍ଥା ଜାରି କରିଛି । ଭିଡିଓରେ ରାଜିଆ କହିଛନ୍ତି ମୁଁ ଏଠାରେ ଭଲରେ ଅଛି । ଏଠାକୁ ଆସିବାର ୧୫ ଦିନ ହୋଇଗଲାଣି । ଭାରତ ବହୁତ ଭଲ । କାରଣ ମୋ ପିଲାମାନେ ଏଠାରେ ସମର୍ଥନ ପାଉଛନ୍ତି । ଏହା ଛଡ଼ା ରାଜିଆ କହିଛନ୍ତି କି, ସବୁକିଛି ପାକିସ୍ତାନରେ ଅଛି, ହେଲେ ପାକିସ୍ତାନରେ କୌଣସି ମାନବିକତା ନାହିଁ ।
ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ରଜିଆ ବିବିଙ୍କୁ ତିନି ବର୍ଷ ବୟସରେ ମୁଜାଫରବାଦକୁ ନିଆଯାଇଥିଲା । ୨୦୦୮ ରେ, ରଜିଆ ଏକ ହିଜବୁଲ ଆତଙ୍କବାଦୀଙ୍କୁ ବିବାହ କରିଥିଲେ । ୨୦୧୮ରେ ବାନ୍ଦିପୋରାରେ ସୁରକ୍ଷାବାହିନୀର ଏନକାଉଣ୍ଟରରେ ହିଜବୁଲ ଆତଙ୍କବାଦୀ ନିହତ ହୋଇଥିଲ। । ସ୍ୱାମୀଙ୍କ ମୃତ୍ୟୁର ଏକ ମାସ ପରେ, ରଜିଆ ବିବିଙ୍କୁ ଆତଙ୍କବାଦୀ ସଂଗଠନଗୁଡ଼ିକରୁ ସହାୟତା ଦିଆଯାଇଥିଲା କିନ୍ତୁ ପରେ ବନ୍ଦ କରିଦିଆଯାଇଥିଲା । ପରେ ରଜିଆ ବିବି କାଠମାଣ୍ଡୁ ଦେଇ ଭାରତ ଆସିଥିଲେ । ଭାରତ ଆସିବା ପରେ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ସୁବିଧା ଯୋଗାଇ ଦିଆଯାଇଥିଲା ।

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories