www.samajalive.in
Wednesday, December 10, 2025
26.1 C
Bhubaneswar

ଜେଲରେ ଥିବା ଚିଦାମ୍ବରମଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପୁଅ, କହିଲେ କୋଉ ୫୬ ଇଞ୍ଚ କିଛି କରିପାରିବ ନାହିଁ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ସୋମବାର ୭୪ ବର୍ଷରେ ପଦାର୍ପଣ କରିଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସେ ବର୍ତ୍ତମାନ ତିହାର ଜେଲରେ ଥିବାବେଳେ ପୁଅ କାର୍ତ୍ତି ଚିଦାମ୍ବରମ ତାଙ୍କୁ ଚିଠି ପଠାଇ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ସେ ଚିଠିରେ ମୋଦୀ ସରକାରକୁ ଟାର୍ଗେଟ କରି କୋଉ ୫୬ ଇଞ୍ଚ ଆପଣଙ୍କର କିଛି କରିପାରିବ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।

କାର୍ତ୍ତି ଲେଖିଛନ୍ତି, ପ୍ରିୟ ବାପା, ଆଜି ଆପଣ ୭୪ ବର୍ଷରେ ପାଦ ଦେଇଛନ୍ତି। କୋଉ ୫୬ ଇଞ୍ଚ ଆପଣଙ୍କୁ ରୋକିପାରିବ ନାହିଁ। ଆପଣ କେବେ ବି ଭବ୍ୟ ଉତ୍ସବକୁ ପସନ୍ଦ କରନ୍ତି ନାହିଁ, କିନ୍ତୁ ଆଜି ଦେଶରେ ସବୁ ଛୋଟ ଛୋଟ ଜିନିଷ ପାଇଁ ଉତ୍ସବ ପାଳନ କରଯାଉଛି। ଆପଣଙ୍କ ଜନ୍ମଦିନ ସେଭଳି ହେଉନାହିଁ, ଯେପରି ଆପଣ ଆମ ସାଥୀରେ ଥିବା ସମୟରେ ହୋଇଥାଏ। ଆମେ ଆପଣଙ୍କୁ ମନେ ପକାଉଛୁ। ଆପଣଙ୍କ ଅନୁପସ୍ଥିତି ଆମକୁ ଝଟ୍‌କା ଦେଇଛି ଏବଂ ଆମେ ଚାହୁଁଛୁ ଆପଣ ଘରକୁ ଆସି କେକ୍‌ କାଟନ୍ତୁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories