www.samajalive.in
Saturday, December 6, 2025
16.1 C
Bhubaneswar

ହିଜାବ ମାମଲା: ରାୟ ଶୁଣାଇଲେ କର୍ଣ୍ଣାଟକ ହାଇକୋର୍ଟ

କର୍ଣ୍ଣାଟକ: ହିଜାବ ବିବାଦ ମାମଲା । ମାମଲାର ଶୁଣାଣି କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।  ହିଜାବ ଧର୍ମର ପ୍ରମୁଖ ଅଂଶ ନୁହେଁ ବୋଲି କର୍ଣ୍ଣାଟକ ହାଇକୋର୍ଟ ସିଧାସିଧା ତାଙ୍କ ରାୟରେ କହିଛନ୍ତି । ତାହା ସହ ସେ କହିଛନ୍ତି ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେନି ଛାତ୍ରଛାତ୍ରୀ । ଛାତ୍ରୀଙ୍କ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରି କହିଛନ୍ତି ଯେ ହିଜାବ ଧର୍ମର ଏକ ବାଧ୍ୟତାମୂଳକ ଅଂଶ ନୁହେଁ । ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି କୋର୍ଟ କହିଛନ୍ତି। ଫେବୃଆରୀ ୨୫ରେ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । କୋର୍ଟ ମଧ୍ୟ ଏହାର ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ  ନିଆଯିବାକୁ କୁହାଯାଇଛି । ଦକ୍ଷିଣ କନଡ଼ର ଜିଲ୍ଲାପାଳ ଏନେଇ ବ୍ୟାପକ ପଦକ୍ଷେପ ମଧ୍ୟ ନେଇଛନ୍ତି । ଆଜି ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଏବଂ କଲେଜକୁ ଛୁଟି ଘୋଷଣା କରିଛନ୍ତି । ତାହା ସହ ଜିଲ୍ଲାରେ ୧୪୪ ଧାରା ଲଗାଯାଇଛି ।

ପୂର୍ବର ସୂଚନା ମୁତାବକ କର୍ଣ୍ଣାଟକ ସରକାର ରାଜ୍ୟରେ କର୍ଣ୍ଣାଟକ ଶିକ୍ଷା ଅଧିନିୟମ, ୧୯୮୩ର ଧାରା ୧୩୩ ​​କାର୍ଯ୍ୟକାରୀ କରିଥିଲେ । ଏହା ଅଧୀନରେ ସମସ୍ତ ସ୍କୁଲ ଏବଂ କଲେଜରେ ୟୁନିଫର୍ମ ବାଧ୍ୟତାମୂଳକ କରାଯାଇଥିଲା । ଚଳିତ ବର୍ଷ ଜାନୁୟାରୀ କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀ ହିଜାବ ପିନ୍ଧି କଲେଜରେ ପହଞ୍ଚିଥିଲେ । ହେଲେ କଲେଜରେ ଏହାକୁ ବାରଣ କରାଯାଉଥିବା କୁହାଯାଉଥିଲା ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories