ମୁମ୍ବଇ : କରୀନା ଏବଂ ସୈଫ ଅଲ୍ଲୀ ଖାନ ନିଜ ଘରକୁ ଜଣେ ନୂତନ ଅତିଥି ଆସୁଥିବା ଖବରକୁ ସ୍ବୀକାର କରିଛନ୍ତି। ପଟ୍ଟୌଦି ପରିବାରକୁ ପୁଣି ଜଣେ ଶିଶୁ ଆସୁଥିବା ଜଣାପଡିଛି। କାରଣ କରୀନା କପୁର ଜଣେ ମା ହେବାକୁ ଯାଉଛନ୍ତି।
ନିଜର ଆଗାମୀ ଚଳଚ୍ଚିତ୍ର ‘ଲାଲ ସିଂ ଚଡଢା’କୁ ନେଇ ଏକ ନମ୍ବର ଅଭିନେତା ଆମୀର ଖାନଙ୍କ ବ୍ୟସ୍ତ ଥିବାବେଳେ ଫିଲ୍ମର ନାୟିକା ତାଙ୍କ ସୁଟିଂକୁ ଯଥାଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। କାରଣ ଏହି ଫିଲ୍ମର ନାୟିକା ହେଉଛନ୍ତି କରୀନା।
ସୈଫ ଅଲି ଖାନ ଏବଂ କରୀନା କପୁର ଖାନ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଆମ ପରିବାର ବୃଦ୍ଧି ଆଶା କରାଯାଉଥିବା ଘୋଷଣା କରି ଆମେ ଖୁସି। ତେବେ ସେ ସମସ୍ତ ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।

କପୁର ପରିବାର କରୀନା କପୁର ଏହି ଖବରକୁ ତାଙ୍କ ମା ଏବଂ ଘନିଷ୍ଠ ପରିବାର ସଦସ୍ୟଙ୍କ ସହ ସେୟାର କରିଛନ୍ତି। କରୀନା କପୁର ଏବଂ ସୈଫ ଅଲି ଖାନ ହେଉଛନ୍ତି ପ୍ରଥମ ସିନେ ଦମ୍ପତି ଯିଏକି କୋରାନା ସମୟରେ ଘରେ ନୂଆ ଅତିଥିଙ୍କ ଆଗମନ ସଂପର୍କରେ ସୂଚନା ବାଣ୍ଟିଛନ୍ତି।



