www.samajalive.in
Saturday, December 6, 2025
26.1 C
Bhubaneswar

ଆସୁଛି ‘ଧଡ଼କ୍‌ ୨’, ଦେଖନ୍ତୁ ଝଲକ୍

ମୁମ୍ବଇ: ଆନୁଷ୍ଠାନିକ ଭାବେ ‘ଧଡ଼କ୍ ୨’ର ଘୋଷଣା କରିଛନ୍ତି କରଣ ଜୋହର। ଚଳିତ ବର୍ଷ ପରଦାକୁ ଆସିବ ଏହି ଚଳଚ୍ଚିତ୍ର। ଏଥିରେ ନାୟକ ଓ ନାୟିକା ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ତୃପ୍ତି ଡିମ୍‌ରି। ଫିଲ୍ମର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଶାଜିଆ ଇକବାଲ୍‌। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଫିଲ୍ମକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କରଣ ଜୋହର।

 

View this post on Instagram

 

A post shared by Karan Johar (@karanjohar)


କରଣ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ଚଳଚ୍ଚିତ୍ରର ଏକ ଟିଜର୍‌ ଭିଡିଓ ଶେୟାର କରାଯାଇଛି। ଏହା ସହ କ୍ୟାପ୍ସନରେ ଲେଖାହୋଇଛି, ‘‘ଏ କାହାଣୀ ଟିକିଏ ଅଲଗା, କାରଣ ଜଣେ ଥିଲା ରାଜା, ଜଣେ ଥିଲା ରାଣୀ, ଜାତି ଅଲଗା ଥିଲା.. ଶେଷ କାହାଣୀ’’। ଏଥିସହ ସେ ଲେଖିଛନ୍ତି ଯେ, ଫିଲ୍ମରେ ତୃପ୍ତି ଡିମ୍‌ରି ଓ ସିଦ୍ଧାନ୍ତ ଚତୁର୍ବେଦୀ ମୁଖ୍ୟ ଭୂମିକାରେ ଅଛନ୍ତି। ନଭେମ୍ବର ୨୨ରେ ପରଦାକୁ ଆସିବ ଏହି ଚଳଚ୍ଚିତ୍ର।

ବିବାହ ଓ ପାର୍ଟିରେ ସାମିଲ ହେବାକୁ ମୋଟା ଅଙ୍କର ପାଉଣା ନିଅନ୍ତି ପ୍ରଭାସ; ଫିସ୍ ଜାଣି ଚମକି ପଡ଼ିବେ

- Advertisement -

ଟିଜରରୁ ଜଣାପଡ଼ୁଛି ଫିଲ୍ମ ଦୁଃଖ ଭରା କାହାଣୀ ଉପରେ ଆଧାରିତ। ଏଥି​‌ରେ ଜାତି ଏବଂ ବର୍ଗରେ ବିଭକ୍ତ ସମାଜର ବାସ୍ତବତା ପ୍ରଦର୍ଶିତ ହୋଇଛି। ଚଳଚ୍ଚିତ୍ରକୁ ଜୀ ଷ୍ଟୁଡିଓଜ୍‌, ଧର୍ମା ପ୍ରଡକ୍ସନ ଓ କ୍ଲାଉଡ୍ ୯ ପିକ୍ଚର୍ସ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ଚଳଚ୍ଚିିତ୍ର ଘୋଷଣା ହେବା ପରେ ଦର୍ଶକ ବେଶ୍‌ ଉତ୍ସାହିତ ଥିବା କମେଣ୍ଟ ଜରିଆରେ ପ୍ରକାଶ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories