www.samajalive.in
Wednesday, December 10, 2025
26.1 C
Bhubaneswar

ନବରାତ୍ରରେ କନ୍ୟା ପୂଜାର ମହତ୍ତ୍ୱ ଓ ବିଧି

ପ୍ରତିବର୍ଷ ପାଳିତ ହେଉଥିବା ଦୁଇଟି ନବରାତ୍ର ଚୈତ୍ର ଓ ଶାରଦୀୟ ନବରାତ୍ରରେ ଅଷ୍ଟମୀ ଓ ନବମୀ ତିଥିରେ କନ୍ୟା ପୂଜାର ପରମ୍ପରା ରହିଛି। ଚଳିତ ବର୍ଷ ୬ ଅକ୍ଟୋବରରେ ଦୁର୍ଗାଷ୍ଟମୀ ଓ ୭ ଅକ୍ଟୋବରରେ ନବମୀ। ନବରାତ୍ରରେ ଛୋଟ କନ୍ୟାମାନଙ୍କୁ ଦେବୀଙ୍କ ସ୍ୱରୂପ ବୋଲି ବିବେଚନା କରାଯାଇ ତାଙ୍କୁ ପୂଜାର୍ଚ୍ଚନା କରାଯାଏ। ମାନ୍ୟତା ଅନୁଯାୟୀ, ଦେବୀଙ୍କ ସ୍ୱରୂପ କନ୍ୟାଙ୍କ ଆଶୀର୍ବାଦ ମା’ଦୁର୍ଗାଙ୍କ କୃପା ଆଣିଥାଏ। ନବରାତ୍ର ବ୍ରତ ପାଳନ କରୁଥିବା ମହିଳା ଅଷ୍ଟମୀ କିମ୍ବା ନବମୀ ଦିନ କନ୍ୟାଙ୍କୁ ନିଶ୍ଚୟ ପୂଜା କରନ୍ତୁ। ସଠିକ ନିୟମ ସହ କନ୍ୟାଙ୍କୁ ପୂଜା କଲେ ମା’ଦୁର୍ଗାଙ୍କର ବିଶେଷ ଆଶୀର୍ବାଦ ଓ କୃପା ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କନ୍ୟାଙ୍କୁ ପୂଜା କରିବାର ସଠିକ ବିଧି….
ପ୍ରଥମେ ଅଷ୍ଟମୀ ଓ ନବମୀ ଦିନ ପ୍ରାତଃ ସମୟରେ ସ୍ନାନ କରି ଭଗବାନ ଗଣେଶ ଓ ମା’ମହାଗୌରୀଙ୍କ ପୂଜା କରନ୍ତୁ।
ଦେବୀଙ୍କ ସ୍ୱରୂପ ୯ଟି ଛୋଟ ଅର୍ଥାତ ୧୧ ବର୍ଷ ମଧ୍ୟରେ ବୟସ ଥିବା କନ୍ୟାଙ୍କୁ ଘରକୁ ନିମନ୍ତ୍ରଣ କରନ୍ତୁ ଓ ସସମ୍ମାନର ସହ ଆସନରେ ବସାନ୍ତୁ।
ସର୍ବପ୍ରଥମେ ସ୍ୱଚ୍ଛ ଜଳରେ କନ୍ୟାମାନଙ୍କ ପାଦ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ବୋଲି କୁହାଯାଏ।
ଏହାପରେ କନ୍ୟାମାନଙ୍କୁ ତିଳକ ଲଗାଇ ବସାନ୍ତୁ।
କନ୍ୟାଙ୍କ ହସ୍ତରେ ଲାଲ ରଙ୍ଗର ରକ୍ଷାସୂତ୍ର ବାନ୍ଧି ତାଙ୍କ ଚରଣରେ ପୁଷ୍ପ ରଖନ୍ତୁ।
ଏହାପରେ ନୂଆ ଥାଳିରେ ପୁରି, ହାଲୱା, ଚଣା ଆଦି ଶ୍ରଦ୍ଧା ପୂର୍ବକ ପରଷନ୍ତୁ।
ଏହାସହ କନ୍ୟାମାନଙ୍କୁ ମିଠାଦ୍ରବ୍ୟ ନିଜ ଶକ୍ତି ପୂର୍ବକ ବସ୍ତ୍ର, ଟଙ୍କା ଆଦି ଦାନ କରନ୍ତୁ।
କନ୍ୟାଙ୍କୁ ଭୋଜନ କରାଇବା ପରେ ଆଳତୀ କରି ତାଙ୍କୁ ଦେବୀ ବୋଲି ବିବେଚନା କରି ଚରଣ ସ୍ପର୍ଶ କରି ଆଶୀର୍ବାଦ ନିଅନ୍ତୁ। ଶେଷରେ ତାଙ୍କୁ ସମ୍ମାନ ପୂର୍ବକ ଘରର ଦରଜା କିମ୍ବା ତାଙ୍କ ଘର ଯାଏଁ ବିଦାୟ ଦିଅନ୍ତୁ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories