www.samajalive.in
Friday, December 5, 2025
26.1 C
Bhubaneswar

କେନ୍ଦୁପତ୍ର ଜବତ ; ୨ ଅଟକ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁକୁଡାହାଡ଼ ରାସ୍ତା ଓୟାର ହାଉସ ଗୋଦାମ ନିକଟ ଏକ ମିକ୍ସଚର କାରଖାନା ରୁ କଣ୍ଟାବାଞ୍ଜି ପୁଲିସ ସହାୟତାରେ ବେଲପଡା ପୁଲିସ ୯୭ଟି ବସ୍ତାରେ ଭର୍ତି ହୋଇଥିବା କେନ୍ଦୁପତ୍ର ଜବତ କରିଥିବା ବେଳେ, ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ପ୍ରାପ୍ତ ସୂଚନା ମତେ ବେଲପଡାଠାରେ ଥିବା କଣ୍ଟାବାଞ୍ଜି କେନ୍ଦୁଲିଫ ରେଞ୍ଜ ଅନ୍ତର୍ଗତ ପାଣ୍ଡ୍ରିଜର ଠାରେ ଥିବା କେନ୍ଦୁପତ୍ର ଫାଡ଼ିରୁ କେନ୍ଦୁପତ୍ର ଚୋରି ହୋଇଥିବା କେନ୍ଦୁଲିଫ ରେଞ୍ଜ ଅଧିକାରୀ ବ୍ରଜରାଜ ବିଶ୍ୱାଳ ବେଲପଡା ଥାନାରେ ଲିଖିତ ଅଭିଯୋଗ ପରେ ବେଲପଡା ଥାନାରେ ଏକ ମାମଲା ରୁଜୁ କରି ବେଲପଡା ପୁଲିସ ତଦନ୍ତ ଚଳାଇ ଥିଲା। ତଦନ୍ତ ଜାରି ରଖିଥିବା ବେଳେ, କୌଣସି ସୂତ୍ରରୁ ଖବର ପାଇ ବେଲପଡା ପୁଲିସ, କଣ୍ଟାବାଞ୍ଜି କେନ୍ଦୁଲିଫ ରେଞ୍ଜ ଅଧିକାରୀ ଓ ଷ୍ଟାଫ ଏବଂ କଣ୍ଟାବାଞ୍ଜି ପୁଲିସ ସହାୟତାରେ କୁକୁଡ଼ା ହାଡ଼ ରାସ୍ତାରେ ଏକ ମିକ୍ସଚର ଫ୍ୟାକ୍ଟ୍ରିରୁ ୯୭ଟି ବସ୍ତାରେ ଥିବା କେନ୍ଦୁ ପତ୍ର ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖି ଥିବା ବେଲପଡା ଥାନା ଭାରପ୍ରାପ୍ତ ପୁଲିସ ଅଧିକାରୀ ଅନନ୍ତ ପ୍ରଧାନଙ୍କ ସୂତ୍ରରୁ ଜଣାପଡିଛି। ମିକ୍ସଚର କାରଖାନାର ଚୁଲାରେ କେନ୍ଦୁପତ୍ର ଯାଇଥିବା ଦେଖାଯାଇଛି। ଜବତ କେନ୍ଦୁପତ୍ରର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories