www.samajalive.in
Saturday, December 6, 2025
26.1 C
Bhubaneswar

ବେଆଇନ ବାଣ ତିଆରି କାରଖାନାରେ ପୁଲିସର ଚଢଉ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଧିନସ୍ଥ ବୁରୋମାଲ ପଂଚାୟତ ଅଧିନସ୍ଥ ପଖନମୁଣ୍ଡା ଗାଁରେ ଜିଲ୍ଲା ପୁଲିସ ଦ୍ୱାରା ବେଆଇନ ବାଣ ତିଆରି କାରଖାନାରେ ଚଢଉ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ଯେ ବେଆଇନ ବାଣ ତିଆରିକୁ ନେଇ ବଲାଙ୍ଗିର ପୁଲିସ ଅଧିକ୍ଷକ ଋଷିକେଶ ଖିଲାରିଙ୍କ ପାଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତି କରି ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଆଇ.ପି.ଏସ. ଟ୍ରେନିଙ୍ଗ ଅଫିସର କୁଲଦିପ ନିନାଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇଥିଲା। ଏହି ସ୍କ୍ୱାର୍ଡ ଅପରାହ୍ନ ୩ଟା ସମୟରେ ଅଚାନକ ଭାବେ ଏହି ବେନିୟମ ବାଣ ତିଆରି କାରଖାନାରେ ଚଢଉ କରିଥିଲେ।
ଏଥିରେ କାରଖାନା ମାଲିକ କିସନ ଲାଲ ଅଗ୍ରୱାଲ, କର୍ମଚାରି ବିଶାଲ ଗୋହିଲ,ଯଶୋବନ୍ତ କୁମ୍ଭାର ସଂପୃକ୍ତି ଥିବା ନେଇ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ଏହି କାରଖାନାରେ ବହୁ ଦିନରୁ ବେଆଇନ ବାଣ ତିଆରି ହେଉଥିଲା। ଏହି ବାଣ ତିଆରି ପାଇଁ ଚାଇନା ଗୋଡି ଓ କିଛି ରାସାୟନିକ ପଦାର୍ଥ ମିଶାଇ ତିଆରି କରାଯାଉଥିଲା।  ଏହି ବାଣ ତିଆରି କାରଖାନାର କୌଣସି କାଗଜ ସରକାରୀ ହିସାବରେ ନ ଥିବା ବେଳେ ଗୋଦାମରେ କଂପାନି ନିର୍ମିତ ସ୍ୱୀକୃତି ତିଆରି ବାଣ ମହଜୁଦ ରଖିବାର ଲାଇସେନ୍ସ ରହିଛି। ଏହି ବାଣ କାରଖାନା ପାଇଁ ଅଗ୍ନିଶମ ବିଭାଗକୁ ସେପ୍ଟି ଲାଇସେନ୍ସ ତିଆରି କରିବା ପାଇଁ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ତାହା ନାହିଁ। ଯାହା ସ୍ୱତନ୍ତ୍ର ସ୍କ୍ୱାର୍ଡଙ୍କ ଜାଂଚ ବେଳେ ଜଣାପଡିଛି। ପରେ ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଥିଲା। ସ୍ଥାନୀୟ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚିବା ସଙ୍ଗେ ମାଜିଷ୍ଟ୍ରେଟ ଦାୟୀତ୍ୱରେ ଥିବା ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରା ମଧ୍ୟ ପହଂଚି ଥିଲେ। ଏମାନଙ୍କ ସମ୍ମୁଖରେ କାରଖାନାକୁ ସିଲ କରାଯାଇଥିବା ବେଳେ ସ୍ଥାନୀୟ ପୁଲିସକୁ କେସ ହସ୍ତାନ୍ତର କରାଯାଇଛି। ଯାହାକି ସ୍ଥାନୀୟ ପୁଲିସ ଏକ କେସ ରୁଜୁ କରି ଏହି ଖବର ଲେଖିବା ମଧ୍ୟରେ ପୁଲିସ ଦ୍ୱାରା ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ଗୋଦାମ ସିଲ କଲାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।  ଏହି ଚଢଉରେ ସ୍ଥାନୀୟ ଏସ.ଡି.ପି.ଓ ଗୌରାଙ୍ଗ ଚରଣ ସାହୁ ଥାନା ଅଧିକାରୀ ରଶ୍ମିତା ବେହେରା ଏବଂ ପୁଲିସ ଟିମ ଉପସ୍ଥିତ ଥିଲେ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories