www.samajalive.in
Saturday, December 6, 2025
16.1 C
Bhubaneswar

ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଢୋଲମାନ୍ଦଳ ସେବା ସମବାୟ ସମିତି ପକ୍ଷରୁ ସମିତିସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି। ପେକ୍ସ ସମ୍ପାଦକ ବାଞ୍ଛାନିଧି ମାଝୀଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ସମବାୟ ସମିତି ସଭାପତି ଲଳିତ ମାଝୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ପୂର୍ବତନ ସରପଞ୍ଚ ଧନସିଂ ମାଝୀ, ବିଡିସିସି ବ୍ୟାଙ୍କ ଶାଖା ପରିଚାଳକ ଯୋଗେଶ୍ୱର ମାଝୀ, ପୂର୍ବତନ ସମବାୟ କର୍ମଚାରୀ ମହେଶ୍ୱର ସାହୁ, ତୁରକେଲା ସୁପରଭାଇଜର ଦକ୍ଷରାଜ ମାଝୀ, ବୋର୍ଡସଭ୍ୟ କ୍ଷୀରସିନ୍ଧୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ସୁପରଭାଇଜର ବାର୍ଷିକ ବିବରଣୀ ପାଠ ଓ ଅତିଥି ପରିଚୟ କରିଥିଲେ। କଣ୍ଟାବାଞ୍ଜି ବିଡିସିସି ଶାଖା ପରିଚାଳକ ଯୋଗେଶ୍ୱର ମାଝୀ, ସମବାୟ ସମିତି ମାଧ୍ୟମରେ ବିନା ସୁଧରେ କ୍ଷୁଦ୍ର ଚାଷୀମାନଙ୍କୁ ଏକ ଲକ୍ଷ ଟଙ୍କା ଓ ଦୁଇ ପ୍ରତିଶତ ସୁଧରେ ବଡ ଚାଷୀମାନଙ୍କୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ନେଇ ସରକାର ନେଇଥିବା ନିଷ୍ପତ୍ତି ବିଷୟରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ସୁପରଭାଇଜର ଦକ୍ଷରାଜ ମାଝୀ କରିଥିବା ବେଳେ ସମବାୟ ସମିତି ସମ୍ପାଦକ ବାଞ୍ଛାନିଧି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ସୋସାଇଟି କର୍ମଚାରୀ ନିତ୍ୟାନନ୍ଦ ପୁଟେଲ, ଡିଇଓ ପୁରୁଷୋତ୍ତମ ମାଝୀ କର୍ମଶାଳା ଆୟୋଜନରେ ସହଯୋଗ କରିଥିଲେ। ଢୋଲ ମାନ୍ଦାଳ ଓ ବଡ଼ଡ଼କଲା ଗ୍ରାମପଞ୍ଚାୟତର ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories