www.samajalive.in
Monday, December 8, 2025
17.1 C
Bhubaneswar

ବଲାଙ୍ଗୀର ଜିଲ୍ଲାପାଳଙ୍କ କଣ୍ଟାବାଞ୍ଜି ଗସ୍ତ, ବାଳଶ୍ରମ ପାଇଁ ଜରୁରୀ ବୈଠକ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା କଣ୍ଟାବାଞ୍ଜି ଗସ୍ତରେ ଆସି ଏନ.ଏ.ସି ଅଫିସ ସଭା ଗୃହରେ ଏକ ଜରୁରୀ ବୈଠକ କରିଛନ୍ତି । ଏହି ଜରୁରୀ ବୈଠକରେ ଉତ୍କଳ ବାଳଶ୍ରମ ପରିଚାଳନା କମିଟି ସଦସ୍ୟ ଓ ସମାଜ ସେବୀଙ୍କ ସମେତ ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ,  ତହସିଲଦାର ଶ୍ରୀ ସମୀର ବେହେରା, ଵି. ଇ. ଓ ଶ୍ରୀ ସୁରେନ୍ଦ୍ର ପୁରୋହିତ, ସ୍ଥାନୀୟ ଏନ. ଏ. ସି. ନଗରପାଳ ଶ୍ରୀ ବାରିୟାମ ସିଂ ସାଲୁଜା, କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ ଉପସ୍ଥିତ ଥିଲେ । ବୈଠକରେ ସହରର ଟ୍ରାଫିକ ସମସ୍ୟା, ବୁଲା ଗାଈଗୋରୁଙ୍କ ଉପରେ ଏସିଡ ମାଡ଼ ଘଟଣା, ସହରରେ ଚୋରି ରାହାଜାନି ବୃଦ୍ଧି ପାଉଥିବାରୁ ସି.ସି କେମେରା ଲଗେଇଵାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ଏହା ପରେ ଜିଲ୍ଲାପାଳ ସ୍ଥାନୀୟ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ବୁଝିବା ସହ ଶିଶୁ ମାତୃ ଯତ୍ନ ୱାର୍ଡ ବୁଲି ଦେଖି ସମସ୍ୟା ବୁଝି ଥିଲେ । ଡାକ୍ତରଖାନାରେ ସିକୁରିଟି ଗାର୍ଡ ଓ ଡାକ୍ତରଖାନାର କର୍ମଚାରୀ ମାନଙ୍କ କାମକୁ ଦେଖି ବିରକ୍ତି ପ୍ରକାଶ କରିବା ସହ ତାଗିଦ ମଧ୍ୟ କରିଥିଲେ । ପରେ ଜିଲ୍ଲାପାଳ ବାଳାଶ୍ରମ ଗୃହ ପାଇଁ ଅସ୍ଥାୟୀ ଭାବରେ ପରିଚାଳନା କରିବାକୁ ରାଷ୍ଟ୍ରୀୟ ହିନ୍ଦୀ ସ୍କୁଲ ପରିସର ଓ ବିରନା ରାସ୍ତାରେ ଥିବା ନୂତନ ଭାବେ ନିର୍ମାଣ ସାରିଥିବା ୧୦୦ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲ ବୁଲି ଦେଖିଥିଲେ । ଆଶ୍ରମପଡା ଜଗନ୍ନାଥ ମନ୍ଦିର ନିକଟରେ ନିର୍ମାଣ ଆରମ୍ଭ ହେବାକୁ ଥିବା ଅତ୍ୟାଧୁନିକ ସ୍ମାର୍ଟ ପାର୍କ ନକସା ତଦାରଖକରି ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ । ଏଥିସହିତ ଜିଲ୍ଲାପାଳ ରାମୁଡ଼ ଗ୍ରାମରରେ ଚାଲିଥିବା ୫ଟି ସ୍ମାର୍ଟ ସ୍କୁଲ ବୁଲିବା ସହ ତଦାରଖ କରିଥିଲେ ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories