www.samajalive.in
Tuesday, December 9, 2025
16.1 C
Bhubaneswar

ଫୁଟବଲ୍‌ କ୍ଳବ ପରିସରରେ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଫୁଲବାଣୀ: ବିଶ୍ୱ ଫଟୋଗ୍ରାଫି ଦିବସ  ଅବସରରେ କନ୍ଧମାଳ ଜିଲା ଫଟୋଗ୍ରାଫ ସଂଘ ପକ୍ଷରୁ ଫୁଲବାଣୀ ସ୍ଥିତ ଫୁଟବଲ୍‌ କ୍ଳବ ପରିସରରେ ଏହି ଦିବସ ପାଳିତ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ କମ୍‌ ସଂଖ୍ୟାକ ଫଟୋଗ୍ରାଫର ସାମିଲ୍‌ ହୋଇଥିଲେ ମଧ୍ୟ ଉପସ୍ଥିତ କର୍ମକର୍ତ୍ତା  ଓ ସଦସ୍ୟମାନେ କେକ୍‌ କାଟିବା ସହିତ ଏହି ଦିବସ ଉପରେ ଆଲୋଚନା କରିଥିଲେ । ଜିଲା ସଭାପତି  ରାଜେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମରେ କାର୍ଯ୍ୟରତ ସମସ୍ତ ଫଟୋଗ୍ରାଫର ସମତେ ଜିଲା ସଂଘର ସଦସ୍ୟ ଜଗା ଦାସ , କାହ୍ନା ପଟ୍ଟନାୟକ , ଅଭିଷେକ ଗୌରବ , ରାଜା ବେହେରା , ସନ୍ତୋଷ ଦଳେଇ , ବିକାଶ ମିଶ୍ର , ରାମକୃଷ୍ଣ ପଣ୍ଡା , ବାଦଲ ବଗର୍ତ୍ତିୀ , ଚିନ୍ମୟ ବେହେରା , କାହ୍ନ ଦିଗାଲ , ଅସିତ୍‌ କୁମାର ବେହେରା , କୃତୀଦିପିନ୍‌ ଭୋଇ ଓ ଅନ୍ୟମାନେ ଯୋଗଦେଇଥିଲେ । ଆସନ୍ତା ନଭେମ୍ବର ମାସରେ ଭୁବନେଶ୍ୱର ଠାହର ଅନୁଷ୍ଠିତ ହେବାକୁ ଥିବା ଫୋଟ ଫେରରେ ବହୁ ସଂଖ୍ୟାରେ ଜିଲାରୁ ସାମିଲ୍‌ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories