www.samajalive.in
Monday, December 8, 2025
14.1 C
Bhubaneswar

ଚୌଦ୍ୱାରରେ ଜନ୍ମାଷ୍ଟମୀ ମହୋତ୍ସବ ପାଳିତ

ଚୌଦ୍ୱାର: ଚୌଦ୍ୱାର ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି  । ପୌରପାଳିକା ୭ନମ୍ବର ୱାର୍ଡ ଓଟିଏମ୍‌ କଲୋନୀସ୍ଥିତ ନାରାୟଣ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ସାରାଦିନ ବ୍ୟାପି ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଥିଲା  । ସଂଧ୍ୟାରେ ଭଜନ ସମାରୋହ ସହିତ ଆୟୋଜିତ ଆନନ୍ଦ ବଜାରରେ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ  । ସେହିପରି କଳିଙ୍ଗ ଛକ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଜମିବା ସହିତ ସାରାଦିନ ବ୍ୟାପି ନାମ ସଂକୀର୍ତ୍ତନ, ଭଜନ ସମାରୋହ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  । ଆଗ୍ରାହାଟ ସ୍ଥିତ ମାଧବ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ଜାକଜମକରେ ପାଳିତ ହୋଇଛି  ।

ଏହି ଉପଲକ୍ଷେ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ତରଫରୁ ବଡ଼ବଜାର ସ୍ଥିତ ସତ୍ୟ ନାରାୟଣ ପୂଜା ମଣ୍ଡପରେ ଏକ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଥିଲା  । ଅନୁଷ୍ଠାନର ମୁଖ୍ୟ ମାନସ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ଉଚ୍ଛବ ଚରଣ ଦାସ, ବ୍ଲକ୍‌ ଏବିଇଓ ନମିତାରାଣୀ ଉତ୍ତରରାୟ, ପାଲାକାର ସିଦ୍ଧେଶ୍ୱର ନାୟକ, କାଉନସିଲର ଅଜୟ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ  । ଏହି ଅବସରରେ କବି ଅନାମ ଚରଣ ବେହେରାଙ୍କ ରଚିତ କବିତା ସଂକଳନ ‘ଝରାଫୁଲ’ ଉନ୍ମୋଚିତ ହୋଇଥିଲା  ।

- Advertisement -

ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କାର ଦେଇଥିଲେ  । ପ୍ରଧାନ ଆଚାର୍ଯ୍ୟା ଗାୟତ୍ରୀ ସାହୁ ସ୍ୱାଗତ ଭାଷଣ ଓ ରାଜେଶ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ  । ଗାନ୍ଧୀଛକସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁରୂପଭାବେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା  ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories