ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଦୁଇଜଣ ଡାକ୍ତର ଓ ଜଣେ ପୁଲିସ କର୍ମଚାରୀଙ୍କୁ ମିଶାଇ ମୋଟ ୧୦ ଜଣ କରୋନା ଯୋଦ୍ଧାଙ୍କ ସମେତ ମୋଟ ୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।। ଏଥିସହ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୬୪୫ ପହଞ୍ଚିଛି। ଏହି ସମସ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୩୯୩୯ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଜିଲ୍ଲାରେ ୨୩ ରହିଛି। ଆଉ ୬୮୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଞ୍ଚଳରେ ୧୧ ଜଣ ଏବଂ ଗ୍ରାମାଞ୍ଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି ଏବଂ ବାଲିଗୁଡାର ୨ଜଣ, ଘୁ.ଉଦୟଗିରିରେ ୬, ଚକାପାଦରେ ୧୨, ଦାରିଙ୍ଗବାଡିରେ ୩, କ.ନୁଆଗାଁରେ ୮, ଖଜୁରିପଡାରେ ୧୨, କୋଟଗଡରେ ୫, ଫିରିଙ୍ଗିଆ ୭, ରାଇକିଆ ୧୫, ଟିକାବାଲିରେ ୪, ତୁମୁଡିବନ୍ଧ ଅଞ୍ଚଳରୁ ୩ ଜଣ ଥିବାବେଳେ ଅନ୍ୟାନ୍ୟ ଅଞ୍ଚଳରୁ ଜଣେ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।



