www.samajalive.in
Friday, December 5, 2025
27.1 C
Bhubaneswar

 ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ଅହୁଲପାଳ -ଜିରାଳ ରାସ୍ତାର ଦାନପସୀ ଠାରେ ଏକ ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି  ।  ମୃତକ ଜଣକ ହେଲେ ଭୈରପୁର ପଞ୍ଚାୟତର ଘଟଘଟି ଗ୍ରାମର ମୋହନ ନାୟକ (୫୦) ବୋଲି ଜଣାଯାଇଛି  ।  ମୋହନ କାମାକ୍ଷାନଗରରୁ ନିଜ କାର୍ୟ୍ୟ ସାରି ଘରକୁ ଫେରୁଥିଲେ  ।  ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି ଧକ୍କା ଦେଇ ଫେରାର ହୋଇ ଯାଇଥିଲା ।  ବାଟରେ ଯାଉଥିବା ପଥଚାରି ଗୁରୁତର ଆହତ ମୋହନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି  ।  ମୋହନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  ।  ଖବରପାଇ ପୁଲିସ ମୋହନଙ୍କ ମୃତଦେହ ଜବତ ପରେ ବ୍ୟବଛେଦର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories