www.samajalive.in
Monday, December 8, 2025
13.1 C
Bhubaneswar

ଶ୍ରୀରାମ ମନ୍ଦିରରୁ ଚୋରି

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ମାଳପୁରା ଗ୍ରାମ ସ୍ଥିତ ରାମ ମନ୍ଦିରରୁ ଲକ୍ଷ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ରାମ ମନ୍ଦିର ପରିସରରେ ଥିବା ମାଆ ତାରିଣୀ ଓ ସନ୍ତୋଷୀ ମାଙ୍କର ନଅ ଗୋଟି ସୁନା ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋର ମାନେ ମନ୍ଦିର ଭିତରେ ପଶି ମନ୍ଦିର ତାଲା ଭାଙ୍ଗି ଲୁଟ କରିଛନ୍ତି । ଏ ନେଇ ସକାଳେ ପୂଜକ ଖବର ଦେବାପରେ ମନ୍ଦିର କମିଟି ପକ୍ଷରୁ କାମାକ୍ଷାନଗର ଥାନାରେ ଅଭିଯୋଗ କରା ଯାଇଛି। ଯାହାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି କାମାକ୍ଷାନଗର ପୁଲିସ। ତେବେ ଗତ କିଛି ଦିନ ହେବ ଅଞ୍ଚଳରେ ମନ୍ଦିର ଗୁଡିକୁ ଲୁଟେରା ମାନେ ଟାର୍ଗେଟ କରୁଥିବା ଜଣାପଡିଛି । ଯାହାକୁ ନେଇ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଅଧିକ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏଭଳି ବାରମ୍ବାର ଚୋରି ହେବା ଫଳରେ ଭକ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories