www.samajalive.in
Monday, December 8, 2025
20.1 C
Bhubaneswar

ସୁନା ଅଳଙ୍କାର ଦୋକାନର ସର୍ଟର ତାଡି ଲୁଟ୍‌ ଅଭିଯୋଗ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ତଥା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ମେଡିକାଲ ଛକ ନିକଟରେ ଥିବା ଗୋପୀ ଭାଇ ସୁନା ଅଳଙ୍କାର ଦୋକାନର ସର୍ଟର ତାଡି ଲୁଟ କରାଯାଇଥିବା ଅଭିଯୋଗ ହୋଇଛି। ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟ ହୋଇଥିବା ସୁନା ଦୋକାନର ମାଲିକ ଗୋପୀନାଥ ପୃଷ୍ଟି ଅଭିଯୋଗ କରିଛନ୍ତି। ଖବର ପାଇ ତୁମୁସିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚିଲା ପରେ ପ୍ରକୃତ ଆକଳନ ସାମ୍ନାକୁ ଆସିବ।
ବିଳମ୍ବିତ ରାତିରେ ସୁନା ଦୋକାନରୁ ଦୁର୍ବୃତ୍ତମାନେ ଲୁଟ କରିଥିବା ଜଣାପଡିଛି। ଗତକାଲି ଶିବରାତ୍ରୀ ଥିବାରୁ ଗୋପୀନାଥ ଅପରାହ୍ନ ୫ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଜି ସକାଳୁ ଆସି ଦୋକାନ ଖୋଲିବାକୁ ଯାଉଥିବା ବେଳେ ଦୋକାନର ସର୍ଟର କେହି ଦୁର୍ବୃତ୍ତ ତାଡି ଦେଇଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ସେ ତୁମୁସିଙ୍ଗା ପୁଲିସକୁ ଖବର ଦେଇଥିଲେ। ଏ ନେଇ ତଦନ୍ତ ଆରମ୍ଭ କରି ଦେଇଛି ପୁଲିସ। ଦୋକାନରେ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହିତ ୧ ହଜାର ଟଙ୍କା ନଗଦ ଥିବା ମାଲିକ କହିଛନ୍ତି। ନିକଟରେ ମାର୍କେଟ ପାଖରେ ଥିବା ବ୍ୟାଙ୍କ ଅଫ ବରୋଦାର ଏଟିଏମ ତାଡି ଲୁଟ କରି ବିଫଳ ହୋଇଥିଲେ ଦୁର୍ବୃତ୍ତ । ଏବେ ଚୋରିକୁ ନେଇ ଆତଙ୍କିତ ଅଛନ୍ତି ସ୍ଥାନୀୟ ବାସିନ୍ଦା। ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ଲକ୍ଷ୍ମୀ-ନାରାୟଣ ରାଜଯୋଗ ଆରମ୍ଭ: ଏହି ରାଶିଙ୍କ ବଢିବ ଦରମା, ଚାକିରି-ବ୍ୟବସାୟରେ ହେବ ଜବରଦସ୍ତ ଉନ୍ନତି..

ଜିଓ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌, ମିଳିବ ଡାଟା-କଲିଙ୍ଗ୍‌ ସହ ଏସବୁ ସୁବିଧା..

- Advertisement -

ପ୍ରସବ କଲେ ଆଉ ଜଣେ ଦଶମ ଛାତ୍ରୀ

ଦେଖନ୍ତୁ ଭିଡିଓ ; ପାଇଖାନାରେ ଥିଲେ ଯୁବକ, ହଠାତ୍‌ ବାହାରିଲା ବିଷଧର ସାପ, ଆଉ ତା’ପରେ..

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories