www.samajalive.in
Saturday, December 6, 2025
26.1 C
Bhubaneswar

ମହିମା ଗାଦିରେ ପାଳିତ ହେଲା ନୂଆଁଖାଇ ପର୍ବ

କାମାକ୍ଷାନଗର : ଆଜି ହେଉଛି କୃଷି ଭିତ୍ତିକ ମହାନ ପର୍ବ ତଥା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ନୂଆଁଖାଇ ନବାନ୍ନ ଭାବେ ବେଶ ଜଣାଶୁଣା। ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଥାଏ ଉତ୍ସବର ମାହୋଲ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିମା ଗାଦିରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଛି ନୂଆଁଖାଇ ପର୍ବ। ଅଲେଖ ମହିମାଙ୍କୁ ପ୍ରଥମ ଭୋଗ ଅର୍ପଣ କରିବା ପରେ ସମସ୍ତ ଭକ୍ତ ଏକାଠି ତଳେ ବସି ନବାନ୍ନ ଖାଇଥାଆନ୍ତି। କାମାକ୍ଷାନଗର ଠାରେ ଥିବା ମହିମାଗାଦିରେ ନୂଆଁଖାଇ ପର୍ବ ବେଶ ଧୂମଧାମରେ ପାଳନ କରିଥାନ୍ତି ଅଞ୍ଚଳବାସୀ। ବହୁ ସଂଖ୍ୟାରେ ଭକ୍ତମାନେ ଆସି ଏଠାରେ ଏକାଠି ହୋଇଥାନ୍ତି। ବ୍ରହ୍ମ ମୁହୂର୍ତ୍ତରୁ ଉଠି ମହିମା ଭକ୍ତମାନେ ନିତ୍ୟକର୍ମ ସାରି ନୂଆଁ ବସ୍ତ୍ର ପରିଧାନ କରି ଏକତ୍ରିତ ହୋଇ ଭଜନ ଓ କିର୍ତ୍ତନ କରିଥାନ୍ତି।ସୂଦୂର ଆଠଗଡରୁ ଆସିଥାଏ ନୂତନ ଧାନ । ସେଥିରୁ ନୂତନ ଚୂଡା ପ୍ରସ୍ତୁତ କରାଯାଇଥାଏ। ପ୍ରାତଃ ୪.୩୦ ମିନିଟ ସମୟରେ ଭକ୍ତମାନେ ଏକାଠି ହୋଇ ସୂର୍ୟ୍ୟୋଦୟ ପୂର୍ବରୁ ନୂଆଁ ଧାନରେ ତିଆରି ଚୂଡାକୁ କଦଳି, ସେଓ, ନଡିଆ, ମହୁ, ଘିଅ, କ୍ଷିର, ଦହି, ଗୁଡ ଆଦିରେ ପ୍ରସ୍ତୁତ ନବାନ୍ନକୁ ଏକ ନୂତନ ମାଟି ପାତ୍ରରେ ଅମୁଣିଆ ମଣ୍ଡପଠାରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରାଯାଇଥାଏ। ଏହାକୁ ମହିମା ଧର୍ମରେ ଅମୁଣିଆ ବୋଲି କୁହାଯାଇଥାଏ। ମହିମା ଧର୍ମୀ ସାଧୁଙ୍କ ଆଶୀର୍ବାଦ ନେଇ ଭକ୍ତ ମାନେ ନିଜ ପରିବାରର ଆରୋଗ୍ୟ କାମନା କରିଥାନ୍ତି । ଓଡ଼ିଶାର ପ୍ରସିଦ୍ଧ ମହିମା ମଠ ଭାବେ ପରିଚିତ ଜୋରନ୍ଦା ମଠରେ ପ୍ରଥମେ ନୂଆଁ ଖାଇ ପାଳନ ପରେ କାମାକ୍ଷାନଗର ସ୍ଥିତ ମହିମା ଗାଦି ଠାରେ ଏହି ଗଣ ପର୍ବକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନେ ଆସିଥାନ୍ତି। ଏହା ପରେ ସମସ୍ତ ଭକ୍ତ, ସାଧୁ ସନ୍ଥ ମାନେ ଏକାଠି ନବାନ୍ନକୁ ଖାଇଥାଆନ୍ତି। ସମଗ୍ର ବିଶ୍ବର କଲ୍ୟାଣ ପାଇଁ ସାଧୁ ମାନେ ଅଲେଖ ମହିମାଙ୍କ ନିକଟରେ ପ୍ରାଥନା କରିଥିଲେ।
କାମାକ୍ଷାନଗରରେ ୧୮୬୨ ମସିହାରୁ ଏକ ଚାଳ ଘରେ ଏହି ପର୍ବ ପାଳନ କରାଯାଉଥିଲା ଯାହା ୧୮୭୫ ମସିହାରେ ନୂତନ ଆଶ୍ରମ ନିର୍ମାଣ ହେବା ଠାରୁ ପ୍ରତ୍ୟେକ ବର୍ଷ ନୂଆଁଖାଇ ପାଳିତ ହୋଇ ଆସୁଅଛି। ପଶ୍ଚିମ ଓଡିଶାରେ ନୂଆଁଖାଇକୁ ମା’ ସମଲେଶ୍ବରୀଙ୍କ ପାଖରେ ରୀତିନିତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ନୂତନ ଧାନରେ ପ୍ରସ୍ତୁତ ଚୂଡାକୁ ନବାନ୍ନ ଭାବରେ ଲଗାଯାଇଥାଏ। କିନ୍ତୁ ମହିମାଧର୍ମର ଲୋକମାନେ ନୂତନ ଧାନରୁ ପ୍ରସ୍ତୁତ ଚୂଡା ଓ ସୁବାସିତ ଫଳ,କ୍ଷିର ଗୁଡରେ ପ୍ରସ୍ତୁତ ନବାନ୍ନକୁ ଅଲେଖ ମହିମା ପ୍ରଭୁଙ୍କୁ ଅର୍ପଣ କରିଥାନ୍ତି। ତେବେ ଏଠାକୁ ଆସିଥିବା ଭକ୍ତମାନେ ପ୍ରାତଃ ସମୟରୁ ବିଧି ମୁତାବକ ଏହି ପର୍ବକୁ ପାଳନ କରିଥାନ୍ତି । ନୂଆଁଖାଇକୁ ମହିମା ଧର୍ମାବଲମ୍ବୀ ଭକ୍ତ ମାନେ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳନ କରିଥାନ୍ତି। ବିଶ୍ବାସ ଅଛି ଯେ ବର୍ଷର ପ୍ରଥମ ଶଷ୍ୟ ବା ଧାନକୁ ଅଲେଖ ମହିମାଙ୍କୁ ଅର୍ପଣ କଲେ ଭଲ ଅମଳ ହେବା ସହ ଜଗତର ମଙ୍ଗଳ ହେବ। ତେଣୁ ଏହି ପର୍ବକୁ ମହିମା ଧର୍ମାମଲମ୍ବିମାନେ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories